ଭୁବନେଶ୍ୱର: ମାଡି ଚାଲିଛି ମହାମାରୀ କରୋନା । କମିବାର ନାଁ ନେଉନାହିଁ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ବଢିଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱରରୁ ଆଜି ସର୍ବାଧିକ ୯୦ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୩ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ ୨୭ଟି ଲୋକାଲ କେସ ରହିଛି । ଯାହା ବର୍ତମାନ ସମୟରେ ଏକ ବଡ ସମସ୍ୟା ଏବଂ ଚିନ୍ତାର କାରଣ ପାଲଟିଛି । ୨୭ଟି ଲୋକାଲ କେସ ମଧ୍ୟରେ ବିଜେବି ନଗରରେ ଘରୋଇ ହସ୍ପିଟାଲରେ ଡ୍ରାଇଭର ଥିବା ଜଣେ ୨୭ ବର୍ଷୀୟ ଯୁବକ କରୋନା ପଜେଟିଭ ବାହାରିଛନ୍ତି । ସେହିଭଳି ଜାଗମରା ଅଂଚଳରୁ ଜଣେ ୨୬ ବର୍ଷୀୟ ଯୁବକ ଚିହ୍ନଟ ହେବା ସହ ଘାଟିକିଆରୁ ଜଣେ ୫୦ ବର୍ଷୀୟ ବ୍ୟକ୍ତି ବି କରୋନାରେ ସଂକ୍ରମିତ ହୋଇଛନ୍ତି । ଆଉ ଗୋଟିଏ କେସ ମଧ୍ୟ ଲକ୍ଷ୍ମୀ ସାଗର ଅଂଚଳରୁ ଜଣେ ୬୨ ବର୍ଷୀୟା ମହିଳା ସଂକ୍ରମିତ ହୋଇଛନ୍ତି । ଆଉ ଦୁଇଟି କେସ ପୋଖରୀପୁଟ ଅଂଚଳରୁ ଜମେ ୬୧ ଓ ୮୪ ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ପଜିଟିଭ । ସେମାନେ ନିକଟରେ ହଟସ୍ପଟ ଜିଲ୍ଲାରୁ ଫେରିଥିବା ସୂଚନା ରହିଛି । ସେହିଭଳି ଓଲ୍ଡ ଟାଉନ ଅଂଚଳରୁ ଜଣେ ୪୮ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଥିବା ବେଳେ ଅନ୍ୟ ଏକ ଜିଲ୍ଲାରୁ ସେ ଫେରିଥିବା ସୂଚନା ରହିଛି । ଆଉ ଗୋଟିଏ କେସ ଖଣ୍ଡଗିରି ଅଂଚଳରୁ ଜଣେ ୨୩ ବର୍ଷୀୟ ଯୁବକ ଚିହ୍ନଟ ହୋଇଛନ୍ତି । ନିକଟରେ ସେ ଏକ ଘରୋଇ ହସ୍ପିଟାଲରୁ ଫେରିଥିଲେ । ସେହିପରି ଭରତପୁର ଅଂଚଳରୁ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ରସୁଲଗଡରୁ ମଧ୍ୟ ଜଣେ ୩୬ ବର୍ଷୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି । ଆଉ ଗୋଟିଏ କେସ ଚନ୍ଦ୍ରଶେଖରପୁର ଅଂଚଳରୁ ରହିଛି । ଜଣେ ୫୭ ବର୍ଷୀୟ ବ୍ୟକ୍ତି ନିକଟରେ ହଟସ୍ପଟ ଜିଲ୍ଲାରୁ ଫେରି ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଥିବା ଜଣେ ୪୦ ବର୍ଷୀୟ ବ୍ୟକ୍ତି ବିଶେଶ୍ୱର ବସ୍ତି ଅଂଚଳରୁ ଚିହ୍ନଟ ହୋଇଛନ୍ତି । ନୟାପଲ୍ଲୀ ଅଂଚଳରୁ ଜଣେ ୩୦ ବର୍ଷୀୟା ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୟୁନିଟ-୪ ଅଂଚଳରୁ ଜଣେ ୨୭ ବର୍ଷୀୟ ଯୁବକ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ରସୁଲଗଡ ଅଂଚଳରୁ ଜଣେ ୧୬ ଓ ୫୦ ବର୍ଷର ପୁରୁଷ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଖଣ୍ଡଗିରି ରୁ ୬୫ ବର୍ଷୀୟ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି । ମହାବୀର ବସ୍ତି ନିକଟରୁ ଜଣେ ୨୩ ବର୍ଷୀୟ ଯୁବକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କୋଳଥିଆରୁ ମଧ୍ୟ ଜମେ ୩୦ ବର୍ଷୀୟା ମହିଳା ସଂକ୍ରମିତ ହୋଇଛନ୍ତି । ଖଣ୍ଡଗିରିରୁ ମଧ୍ୟ ଜଣେ ୭ ବର୍ଷର ନାବାଳିକା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପାତ୍ରପଡାରୁ ଜମେ ୩୮ ବର୍ଷୀୟ ବ୍ୟକ୍ତି, ଖଣ୍ଡଗିରିରୁ ଜମେ ୩୯ ବର୍ଷୀୟ ବ୍ୟକ୍ତି, ବରମୁଣ୍ଡାରୁ ୨୪ ଓ ୩୫ ବର୍ଷୀୟା ମହିଳା, ଭରତପୁରରୁ ୩୦ ବର୍ଷୀୟ ବ୍ୟକ୍ତି ଏବଂ ଶେଷରେ ଜଣେ ୩୦ ବର୍ଷୀୟା ମହିଳା ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ।
ଅନ୍ୟପଟେ ଆଜି ୨୪ ଜଣ କରୋନା ପଜେଟିଭ ଭୁବନଶ୍ୱରରୁ ସୁସ୍ଥ ଲାଭ କରିଛନ୍ତି । ବର୍ତମାନ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୫୯ରେ ପହଂଚିଥିବା ବେଳେ ୩୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬୨ଟି ଆକ୍ଟିଭ କେସ ରହିଛି । ୧୧ ଜଣଙ୍କ ପ୍ରାଣ ନେଇଛି କରୋନା ।