28.1 C
Bhubaneswar
Thursday, March 28, 2024
Homeଓଡିଶାଖଣିଜ ପଦାର୍ଥ ଗ୍ରେଡେସନରେ ବ୍ୟାପକ ଦୁର୍ନୀତି - ବାର୍ଷିକ ପ୍ରାୟ 574 କୋଟି ଟଙ୍କା ରାଜସ୍ବ...

ଖଣିଜ ପଦାର୍ଥ ଗ୍ରେଡେସନରେ ବ୍ୟାପକ ଦୁର୍ନୀତି – ବାର୍ଷିକ ପ୍ରାୟ 574 କୋଟି ଟଙ୍କା ରାଜସ୍ବ କ୍ଷତି

ଭୁବନେଶ୍ୱର : ଲୁହା ପଥର ସମେତ ବିଭିନ୍ନ ଖଣିଜ ପଦାର୍ଥର ଷ୍ଟାକିଙ୍ଗ ବା ଗଦା କରିବା ଏବଂ ନମୁନା ପରୀକ୍ଷା କରି ସ୍ଥିର କରିବାରେ ବ୍ୟାପକ ଦୁର୍ନୀତି ଯୋଗୁଁ ରୟାଲିଟି, ଜିଲ୍ଲା ଖଣିଜ ପାଣ୍ଠି ଓ ନେସନାଲ ମିନେରାଲ ଏକ୍ସପ୍ଲୋରେସନ ଜାତୀୟ ଖଣିଜ ଉତ୍ତୋଳନ ଟ୍ରଷ୍ଟ (ଏନଏମଇଟି)ବାବଦକୁ ରାଜ୍ୟ ସରକାରଙ୍କୁ ବାର୍ଷିକ ପ୍ରାୟ 574 କୋଟି ଟଙ୍କା ରାଜସ୍ବ ହରାଇବାକୁ ପଡୁଛି ।
ଏ ସମ୍ପର୍କରେ ସାମାଜିକ ସଂଗଠନ ” ମାସ”ର ସମ୍ପାଦକ ସୁବ୍ରତ ତ୍ରିପାଠୀ , ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆର କେ ଶର୍ମାଙ୍କ ଲିଖିତ ଭାବେ ଜଣାଇବା ସହ ଏହି ବ୍ୟାପକ ଦୁର୍ନୀତିର ତଦନ୍ତ କରିବାକୁ ଦାବି କରିଛନ୍ତି ।
ଶ୍ରୀ ତ୍ରିପାଠୀଙ୍କ ଅଭିଯୋଗ ଅନୁଯାୟୀ ନାରାୟଣ ପୋଷି ଆଇରନ ଆଣ୍ଡ ମାଂଗାନିଜ ଖଣି ,ଇଏସଏସଇଏଲ କୋଇରା ଆଇରନ ଓର ମାଇନ, ରାଇକେରା ମାଇନ ଓ ତାରିଣୀ ମିନେରାଲସ ପ୍ରଭୁତି ପ୍ରାୟ 10ଟି ଖଣିର ଲିଜଧାରୀ ମାନେ ଉଚ୍ଚ ଗ୍ରେଡର ଖଣିଜ ପଦାର୍ଥ କୁ ନିମ୍ନ ମାନର ଦେଖାଇ ସରକାରଙ୍କୁ ନିମ୍ନମାନଖଣିଜ ପଦାର୍ଥ ପାଇଁ ନିର୍ଦ୍ଧରିତ ରାଜସ୍ବ ଦେଇ ବିପୁଳ ଫାଇଦା ଉଠାଉଛନ୍ତି ।
ଖଣିଜ ପଦାର୍ଥ ଗୁଡ଼ିକର ପ୍ରକୃତ ଗ୍ରେଡ ନିର୍ଦ୍ଧାରଣ ପାଇଁ ହେଉଥିବା ପରୀକ୍ଷା ପର୍ଯ୍ୟନ୍ତ , ଏହାସକୁ ଷ୍ଟାଗ କରି ରଖିବା ପାଇଁ , ସମ୍ପୃକ୍ତ ଖଣି କର୍ତ୍ତୃପକ୍ଷଙ୍କର ଆବଶ୍ୟକୀୟ ଜାଗା ନାହିଁ ।
ଚଂଚକତା ପୂର୍ଣ ଭାବେ ଗୋଟିଏ ଦିନରେ ଭେରୀଫିକେସନ ରିପୋର୍ଟ ହାତେଇ ,ସେମାନେ ଟ୍ରାଞ୍ଜିଟ ପରମିଟ ଆଣୁଛନ୍ତି । “ଷ୍ଟାଗ’କୁ ଆଦୌ ପରିଦର୍ଶନ ନକରି ସମୃକ୍ତ ଇନ୍ସପେକ୍ଟର ମାନେ ଟ୍ରାଞ୍ଜିଟ ପରମିଟ ଦେଉଛନ୍ତି । ସେହିପରି ରେଲୱେ ୱାଗନ ରେ ପରିବହନ ହେଉଥିବା ଖଣିଜ ପଦାର୍ଥର ଗ୍ରେଡେଶନ ନିର୍ଧାରଣ ରେ ବ୍ୟାପକ ଚଂଚକତା କରାଯାଇ ରାଜସ୍ବ ଠକା ଯାଉଛି ।
2019- 20 ଆର୍ଥିକ ବର୍ଷରେ ସରକାର ଏ ବାବଦରେ 11019 କୋଟି ଟଙ୍କା ରାଜସ୍ବ ପାଇଥିବା ବେଳେ ଉପଯୁକ୍ତ ଗ୍ରେଡ ନିର୍ଧାରଣ ହୋଇଥିଲେ , ଏ ବାବଦରେ ରାଜ୍ୟ ସରକାରଙ୍କୁ ଅଧିକ 574 କୋଟି ଟଙ୍କା ରାଜସ୍ବ ମିଳି ପାରିଥାନ୍ତା ।
ଏବେ ଶତକଡା ଶହେରୁ ବହୁ ଅଧିକ ପ୍ରିମୀୟମ ଦେଇ ଖଣି ହାତେଇଥିବା ଲିଜଧାରୀମାନେ, ଲାଭ ଉଠାଇବା ପାଇଁ ଆଇବିଏମ ର ହାରାହାରି ବିକ୍ରୟ ଦରକୁ କମାଇବାକୁ ଉଦ୍ୟମ ଚଳାଇଛନ୍ତି । ଏହା ଫଳରେ ସରକାର ରୟାଲିଟି, ଡ଼ିଏମଫ ଓ ଏନଏମଇଟି ବାବଦକୁ ବିପୁଳ ରାଜସ୍ବ ହରାଇବେ । ନୂତନ ଲିଜଧାରୀମାନେ ଏବେ 62-65%Fe ମାନ ଲମ୍ପସ ର ଟନ ପିଛା ଆଇବିଏମ ଦରକୁ 1000 ଟଙ୍କାକୁ ଓ ଫାଇନ୍ସ କୁ 500 ଟଙ୍କାକୁ ହ୍ରାସ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ନୂତନ ଲିଜ ପୂର୍ବରୁ ଏହାର ମୂଲ୍ୟ ଯଥାକ୍ରମେ ଟନ ପିଛା 3394 ଓ 1910 ଟଙ୍କା ଥିଲା । ତେଣୁ ଆଇବିଏମ ଦର ହ୍ରାସ ହେଲେ ସରକାର ସମାନ ପରିମାଣର 158 ମିଲିୟନ ଟନ ପାଇଁ 4266 କୋଟି ଟଙ୍କା ରାଜସ୍ବ ହରାଇବେ ।
” ମାସ” ର ଦମ୍ପାଦକ ଶ୍ରୀ ତ୍ରିପାଠୀ ଏ ସମ୍ପର୍କରେ ଖଣି ବିଭାଗ ସମେତ , ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ପ୍ରିନ୍ସପାଲ ଆକାଉଣ୍ଟ ଜେନେରାଲ ଙ୍କୁ ଜଣାଇବା ସହ, ସମସ୍ତ ନିଲାମୀ ଓ ଅଣନିଲାମୀ ବ୍ଲକରୁ ଯାଉଥିବା ଖଣିଜ ପଦାର୍ଥର ମାନ କମ୍ପ୍ୟୁଟିକରଣ କରିବା, ଏହି ନୂତନ ଉପାୟର ଖଣି ଚୋରି ରୋକିବା ପାଇଁ ଡ୍ରୋନ୍‌ କ୍ୟାମେରାର ବ୍ୟବହାର , ଗୁଗଲୁ ମ୍ୟାପ ଓ କାର୍ଟୋସାଟ୍ ସାଟେଲାଇଟର ବ୍ୟବହାର କରାଯିବାକୁ ଦାବି କରିଛନ୍ତି । ସେହିପରି ଫର୍ମ – ଯେ ଆବେଦନର ଗୋଟିଏ ଦିନରେ , ଫିଲଡ଼ ଭେରୀଫିକେସନ ନକରି ଟ୍ରାନଜିଟ ପରମିଟ ଦେବା ସମ୍ପର୍କରେ ତଦନ୍ତ ସହ ଏ ବାବଦରେ ହୋଇଥିବା ରାଜସ୍ୱ କ୍ଷତିକୁ ଲିଜଧାରୀ ଙ୍କ ଠାରୁ ଆଣିବା ପାଇଁ ସେ ଦାବି କରିଛନ୍ତି ।
ସେହିପରି ନିଲାମ ନେଇଥିବା ନୂତନ ଲିଜଧାରୀ ମାନେ , ନିଲାମ ପୂର୍ବର ନିର୍ଧାରିତ ରୟାଲିଟି ଦେବାକୁ ଦାବି ହୋଇଛି ।
ନାରାୟଣପୋଷି ଓ ଏଏମଟିସି ସମ୍ପର୍କରେ ରାଜ୍ୟ ଟାସ୍କଫୋର୍ସ ରିପୋର୍ଟ କୁ ସାର୍ବଜନୀନ କରିବା ସହ ଏହାର ସିଏଜି ଅଡିଟ ପାଇଁ ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି । ଅସମ୍ଭବ ଭାବେ ଶତକଡା ଶହେ ରୁ ଅଧିକ ପ୍ରିମୀୟମ ଦେଇ ନିଲାମରେ ଖଣି ହାତେଇଥିବା କମ୍ପାନୀ ମାନେ ଏବେ ଏହି ଖଣି ବ୍ୟବସାୟରେ କ୍ଷତି ନସହିବା ପାଇଁ , ଆଇନ ବ୍ୟବସ୍ଥାର ସମସ୍ତ ଫାଙ୍କକୁ ଉପଯୋଗ କରିବା ସହ , ବ୍ୟାପକ ଦୁର୍ନୀତି ଉପାୟ ଆପଣେଇ ରାଜ୍ୟର ବିପୁଳ କ୍ଷତି କରିବା କୁ ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking