ନୂଆଦିଲ୍ଲୀ : ଦେଶରେ ଗତକାଲି ତୁଳନାରେ ଆଜି ପୁଣି ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିବା ଦେଖାଯାଇଛି। ମଙ୍ଗଳବାର ତୁଳନାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ପ୍ରତିଶତ ବୃଦ୍ଧି ହୋଇଛି। ମାତ୍ର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚାନାନୁଯାୟୀ ୨୪ ଘଣ୍ଟାରେ ଦେଶରେ ଆଉ ୯ ହଜାର ୬୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୧,୦୧୩କୁ ବୃଦ୍ଧି ପାଇଛି।
ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ବୁଧବାର ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ଅତିକ୍ରମ କରିଥିବା ବେଳେ ମଙ୍ଗଳବାର ୬,୬୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମଙ୍ଗଳବାର ୬୩,୩୮୦ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ବୁଧବାର ଏହା ହ୍ରାସ ହୋଇ ୬୧,୦୧୩ ହୋଇଛି।