27.1 C
Bhubaneswar
Saturday, May 31, 2025
Homeକରୋନାଚୀନ୍‌ରେ ଦୈନିକ କରୋନା ମୃତ୍ୟୁ ୯ ହଜାର

ଚୀନ୍‌ରେ ଦୈନିକ କରୋନା ମୃତ୍ୟୁ ୯ ହଜାର

ନୂଆଦିଲ୍ଲୀ: ଚୀନ୍‌ରେ କରୋନା ଅତି ସାଂଘାତିକ ସ୍ଥିତି ସୃଷ୍ଟି କଲାଣି। ଚୀନ୍‌ କରୋନା ତଥ୍ୟ ଦେଉନଥିଲେ ସୁଦ୍ଧା‌ ବ୍ରି‌ଟେନର ଏକ ସ୍ବାସ୍ଥ୍ୟ ସଂସ୍ଥାର ଆକଳନ ଅନୁଯାୟୀ ଚୀନ୍‌ରେ ଏବେ ଦୈନିକ ପ୍ରାୟ ୯ ହଜାର ଲୋକ କରୋନାରେ ପ୍ରାଣ ହରାଉଛନ୍ତି। ଚୀନ୍‌ କରୋନା କଟକଣା ହଟାଇବା ପରଠାରୁ ସଂକ୍ରମଣ ଏବଂ ମୃତ୍ୟୁ ବଢ଼ିଚାଲିଛି। ଚୀନ୍‌ରେ କରୋନା ମୃତ୍ୟୁ ଡିସେମ୍ବରରେ ୧ ଲକ୍ଷ ଛୁଇଁଥାଇପାରେ ବୋଲି କୁହାଯାଉଛି। ଆକଳନ ଅନୁଯାୟୀ ଜାନୁଆରି ମଧ୍ୟଭାଗରେ ଚୀନ୍‌ରେ ଦୈନିକ ସଂକ୍ରମଣ ୩ କୋଟି ୭୦ ଲକ୍ଷରେ ପହଞ୍ଚିବ ଏବଂ ଜାନୁଆରି ୨୩ ସୁଦ୍ଧା ପ୍ରାୟ ୫,୮୪,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିବ।

ଅନ୍ୟପକ୍ଷେ କରୋନା ତଥ୍ୟ ନଦେଇ ଚୀନ୍‌ କଡ଼ା ସମାଲୋଚନାର ଶିକାର ହେବାପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅଧିକାରୀଙ୍କ ସହ ଚୀନ୍‌ ଅଧିକାରୀମାନେ ଏକ ବୈଠକ କରିଛନ୍ତି। ଅନଲାଇନ ମିଟିଂରେ ହୁ ଚୀନ୍‌କୁ ଜେନେଟିକ ସିକ୍ବେନ୍ସିଂ, ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା, ମୃତ୍ୟୁ ଏବଂ ଟିକାକରଣ ବାବଦରେ ଅଧିକ ତଥ୍ୟ ଦେବାପାଇଁ ଅନୁରୋଧ କରିଛି। ଏବେ ଭାରତ, ବ୍ରିଟେନ, ଆମେରିକା ସମେତ ୧୦ରୁ ଅଧିକ ରାଷ୍ଟ୍ର ଚୀନ୍‌ ବିରୋଧରେ କଠୋର ଯାତ୍ରା କଟକଣା ଜାରି କରିଛନ୍ତି। ଚୀନ୍‌ର ସବୁ ଅଞ୍ଚଳରେ କରୋନାର ଭୟାନକ ସଂକ୍ରମଣ ଲହର ଜାରି ରହିଥିବା ବେଳେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଭୀଷଣ ଚାପରେ ଅଛି। ପୂର୍ବରୁ ସଂକ୍ରମିତଙ୍କୁ ନେଇ ଅତି ସମ୍ବେଦନଶୀଳ ଥିବା ସରକାର ଏବେ ଏଥିପାଇଁ ଆଦୌ ଧ୍ୟାନ ଦେଉନାହାନ୍ତି। ଟେଷ୍ଟିଂ ମଧ୍ୟ କମାଇ ଦିଆଯାଇଛି । ଚୀନ୍‌ର ଏଭଳି ଆଭିମୁଖ୍ୟ ଯୋଗୁଁ ପୂରା ବିଶ୍ବରେ କରୋନାର ନୂଆ ଲହର ଆସିବା ଆଶଙ୍କା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking