31.1 C
Bhubaneswar
Monday, June 9, 2025
Homeଓଡିଶାଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍, ସୁନ୍ଦରଗଡ଼ରେ ପୁଣି ୯ ଆକ୍ରାନ୍ତ ଚିହ୍ନଟ

ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍, ସୁନ୍ଦରଗଡ଼ରେ ପୁଣି ୯ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼ : ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍। ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ପୁଣି ୯ ଜଣ ସ୍କ୍ରବ ଟାଇଫସ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୭୨କୁ ବୃଦ୍ଧି ହୋଇଛି। ସୂଚନାନୁଯାୟୀ, ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଗାଁରେ ଲୋକମାନଙ୍କୁ ଡାକବାଜି ଓ ପାଲା ମାଧ୍ୟମରେ ସଚେତନ କରାଯାଉଛି। ହେଲେ ପ୍ରତ୍ୟେକ ଦିନ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ଓ ମେଡିକାଲ ବିଭାଗର ଚିନ୍ତା ବଢାଇଛି। ଏହି ରୋଗ ପାଇଁ କେହି ଭୟଭୀତ ହୁଅନ୍ତୁ ନାହିଁ ସଚେତନ ରୁହନ୍ତୁ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ ଧରଣୀ ରଞ୍ଜନ ଶତପଥୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking