28.1 C
Bhubaneswar
Friday, November 15, 2024
Homeଅପରାଧ୯ଟି କାର ଜବତ, ୨ ଗିରଫ

୯ଟି କାର ଜବତ, ୨ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଦେଖା ଦେଇଛି ଲୁଟର ନୂଆ ତରିକା । ସେଲ୍ଫ ଡ୍ରାଇଭିଂ ନାରେ ଭଡ଼ା ଆକାରରେ ନେଉଛନ୍ତି କାର । ହେଲେ ନା ଦେଉଛନ୍ତି ଭଡ଼ା ଟଙ୍କା ନା ଫେରାଉଛନ୍ତି କାର । ଏଭଳି ଏକ ଠକେଇର ମାମଲା ନୟାପଲ୍ଲୀ ଥାନାରେ ରୁଜୁ ହେବା ପରେ ଦୁଇ ଜଣଙ୍କୁ ଗିରଫ କରିଛି ନାୟାପଲ୍ଲୀ ଥାନା ପୁଲିସ । ଗିରଫ ବ୍ୟକ୍ତିମାନେ ହେଲେ ଭରତପୁର ଅଞ୍ଚଳର ସୁଶାନ୍ତ କୁମାର ସାହୁ (୪୧) ଓ ୟୁନିଟ ୯ ଅଞ୍ଚଳର ଆର. ଟାଟା ରାଓ(୩୫) । ସୂଚନା ମୁତାବକ ରଜତ୍ କୁମାର ସାହୁ ନାମକ ବ୍ୟକ୍ତିଙ୍କ ରାଇଡଜ୍ କାର ରେନାଜୀ ନାମରେ ଗୋଟିଏ କାର ଏଜେନ୍ସି ରହିଛି । ସେ ସେହି ଏଜେନ୍ସି ମାଧ୍ୟମରେ କାର ଭଡାରେ ଦିଅନ୍ତି । ଗତ ନଭେମ୍ବର ମାସରେ ସୁଶାନ୍ତ କୁମାର ସାହୁ ନାମକ ବ୍ୟକ୍ତି ୬ଟି କାର ରାଜତଙ୍କ ଠାରୁ ଭାଡରେ ନେଇଥିଲେ । ହେଲା ସେହି କାରର ଭଡ଼ା ୧.୩୬ ଲକ୍ଷ ଟାଙ୍କା ହୋଇଯାଇଥିଲେ ମଧ୍ୟ ସୁଶାନ୍ତ କାର ଭଡା ଟଙ୍କା କି କାର ଫେରସ୍ତ କରିନଥିଲେ ।

ଯାହା ଫଳରେ ରଜତ୍‌, ସୁଶାନ୍ତଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଠା କରିଥିଲେ । ସେହି ପରି ସୁରଜ କୁମାର ବିଷୋଇ ନାମକ ବକ୍ତିଙ୍କ ମଧ୍ୟ ବିଟିଏ ରାଇଡ୍ ନାମରେ ଗୋଟିଏ ରେଣ୍ଟାଲ କାର ଏଜେନ୍ସି ରହିଛି । ତାଙ୍କ ଠାରୁ ମଧ୍ୟ ସୁଶାନ୍ତ ୩ଟି କାର ସେଇଭଳି ନେଇ ତାଙ୍କୁ ଫେରସ୍ତ କରିଥିଲେ । ଯାହା ଫଳରେ ଉଭୟ ଗତ କାଲି ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ନୟାପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତି ଆରମ୍ଭ କରିଥିଲା । ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଉଭୟ ସୁଶାନ୍ତ ଏବଂ ଟାଟା ସହଭାଗିତାରେ ଏଭଳି ଠକେଇ କରୁଛନ୍ତି । ଟାଟା ପେଶାରେ ଚା’ ଦୋକାନୀ ଓ ସୁଶାନ୍ତ ଜଣେ ଇଂସ୍ୟୁରାନ୍ସ ଏଜେଣ୍ଟ । ଉଭୟ ୧୦ ଲକ୍ଷରୁ ଅଧିକ ମୂଲ୍ୟର ଗାଡି ଗୁଡିକୁ ଭଡା ସୂତ୍ରରେ ନେଇ ପରବର୍ତ୍ତୀ ସମୟରେ ଗାଡି ଗୁଡିକୁ ବନ୍ଧକ ରଖି ସେହି ଟଙ୍କାରେ ଅୟସ କରୁଛନ୍ତି । ଯାହା ଫଳରେ ଆଜି ନୟାପଲ୍ଲୀ ଥାନା ପୁଲିସ ଉଭୟଙ୍କୁ କାବୁ କରିବା ସହ ସମସ୍ତ ୯ଟି ଗଡ଼ି ଜବତ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking