30.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶଶିକ୍ଷକଙ୍କ ମାଡ଼ରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଶିକ୍ଷକଙ୍କ ମାଡ଼ରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଭୋପାଳ: ଶିକ୍ଷକଙ୍କ ମାଡ଼ରେ ଚାଲିଗଲା ଛାତ୍ରଙ୍କ ଜୀବନ । ଛାତ୍ର ଜଣଙ୍କ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ନାମ କୃଷ୍ଣ ଚୌହ୍ବାନ ବୋଲି ଜଣାପଡିଛି । ମଧ୍ୟପ୍ରଦେଶର ବହୋଡ଼ାପୁର ଅଞ୍ଚଳରରେ ଏଭଳି ଦୁଃଖଦ ଘଟଣା ଘଟିଛି । ସୂଚନା ଅନୁସାରେ, ଶବ୍ଦ ପ୍ରତାପ ଅଞ୍ଚଳରେ ଥିବା କୋର୍ଟ ବ୍ୟୁ ସ୍କୁଲରେ କୃଷ୍ଣଙ୍କୁ ହୋମୱାର୍କ ଦିଆଯାଇଥିବାବେଳେ ସେ ପାଠ କରିନଥିଲେ । ଯେଉଁଥିପାଇଁ ପ୍ରବଳ ରାଗି ଯାଇ ସ୍କୁଲର ଦୁଇଜଣ ଶିକ୍ଷକ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଶିକ୍ଷକଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିଲେ କୃଷ୍ଣ ଚୌହ୍ବାନ ।

ଏସମ୍ପର୍କରେ ଖବର ପାଇବା ପରେ ସ୍କୁଲ୍ରେ ପହଞ୍ଚି ଗୁରୁତର ପୁଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ କୃଷ୍ଣଙ୍କ ପରିବାର । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ କୃଷ୍ଣଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଗାମୀ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଏହି ଘଟଣାରେ ସମ୍ପୃକ୍ତ ଶିକ୍ଷକ ସୋନୁ ଓ ଅକବରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିବା ଜଣାପଡିଛି । ଘଟଣାର ତଦନ୍ତ ପରେ ଏହି ଦୁଇ ଜଣ ଶିକ୍ଷକ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃଷ୍ଣଙ୍କ ପରିବାରକୁ ପୋଲିସ ପ୍ରତିଶୃତି ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking