30.1 C
Bhubaneswar
Monday, May 20, 2024
Homeଓଡିଶାଗଞ୍ଜାମରେ ୮୨.୪ କେଜି ଗଂଜେଇ ଜବତ, ଜଣେ ଗିରଫ

ଗଞ୍ଜାମରେ ୮୨.୪ କେଜି ଗଂଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର : ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଛି ୮୨ କେଜି ୪୦୦ ଗ୍ରାମ ଗଞ୍ଜେଇ | ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ରାସ୍ତାରେ ପୋଲିସର ଚେକିଂ ସମୟରେ ଏକ ଡାଲା ଅଟୋକୁ ଯାଞ୍ଚ କରାଯାଇଥିବା ବେଳେ ଏହି ଗଂଜେଇ ଜବତ ହୋଇଛି | ଏକ ଡାଲା ଅଟୋରେ ଗଞ୍ଜେଇ ଚାଲାଣ ନେଇ ପୋଲିସ ପୂର୍ବରୁ ସୂଚନା ପାଇଥିଲା | ଫଳରେ ସୂଚନା ଆଧାରରେ ପୂର୍ବରୁ ଜଗି ବସିଥିଲା ପୋଲିସ | ପୋଲିସ ଅଟୋ ସହ ଗଂଜେଇ ଜବତ କରି କେ, ନୂଆଗାଁ ଥାନା ସହଦେଵ ଟିକରପଡାର ସନ୍ତୋଷ କୁମାର ଗୌଡ଼କୁ ଗିରଫ କରିଛି | ପରେ ତାକୁ କୋର୍ଟ ଚାଲାଣ କରିଛି ପୋଲିସ l ଜବତ ଗଞ୍ଜେଇ ତହସିଲଦାରଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା |

ଜାତୀୟ ରାଜପଥ ପ୍ରଶସ୍ତିକରଣ ଅବହେଳା ପ୍ରତିବାଦରେ ୧୨ଘଣ୍ଟିଆ ରାସ୍ତା ଅବରୋଧ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking