34.1 C
Bhubaneswar
Friday, October 18, 2024
Homeଓଡିଶାନ୍ଧମାଳରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ

ନ୍ଧମାଳରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ

କନ୍ଧମାଳ : ନ୍ଧମାଳରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ଗଞ୍ଜେଇ କାରବାର କରୁଥିବା ମାଫିଆ ଫେରାର ହୋଇଯାଇଛନ୍ତି । ସୂଚନା ଅନୁସାରେ, ଗତ କାଲି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳରେ ଥିବା ଗୋଟେ ପାହାଡିଆ ଜଙ୍ଗଲରେ ଗଞ୍ଜେଇ ମାଫିଆମାନେ ଗଞ୍ଜେଇ କାରବାର କରୁଥିଲେ । ଏହି ଖବର ଗୋଛାପଡା ଥାନା ଅଧିକାରୀମାନେ ପାଇଥିଲେ । ସେମାନେ ଉକ୍ତ ସ୍ଥାନକୁ ଚଢ଼ାଉ କରିଥିବା ସମୟରେ ୮ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲେ । ଗଞ୍ଜେଇ ଚାଲାଣ କରୁଥିବା ଗଞ୍ଜେଇ ମାଫିଆମାନେ ପୋଲିସ ଚଢ଼ାଉ କରିବାର ସୂଚନା ପାଇଁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚିବା ବେଳକୁ ଗଞ୍ଜେଇ ମାଫିଆ ୮ କୁଇଣ୍ଟାଲ ଗଞ୍ଜେଇକୁ ଘଟଣାସ୍ଥଳରେ ଛାଡି ସେ ସ୍ଥାନରୁ ପଳାଇଥିଲେ । ପୋଲିସ ୮ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲା । ଫେରାର ହୋଇଯାଇଥିବା ଗଞ୍ଜେଇ ମାଫିଆଙ୍କୁ ତୁରନ୍ତ ଦଣ୍ଡ ଦିଆଯିବ ବୋଲି ଗୋଛାପଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking