27.1 C
Bhubaneswar
Friday, July 5, 2024
Homeଦେଶ ବିଦେଶଅବତରଣ କରିବା ପୂର୍ବରୁ କୋଠାରେ ଧକ୍କା ହେଲା ବିମାନ, ୮ ମୃତ

ଅବତରଣ କରିବା ପୂର୍ବରୁ କୋଠାରେ ଧକ୍କା ହେଲା ବିମାନ, ୮ ମୃତ

ଇଟାଲୀ : ଇଟାଲୀର ମିଲନ ସହରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରନୱେରେ ଲ୍ଯାଣ୍ଡିଂ ପୂର୍ବରୁ ଲିନେଟ୍‌ ବିମାନବନ୍ଦରରୁ ଇଟାଲୀର ସର୍ଡ଼ିନିଆକୁ ଉଡ଼ାଣ ଭରିଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣଙ୍କର ପ୍ରାଣହାନି ଘଟିଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ମିଲନରେ ଥିବା ଦୁଇମହଲା ବିଶିଷ୍ଟ ଏକ ଅଫିସ୍‌ କୋଠାରେ ଖସିପଡ଼ି ଧକ୍କା ଖାଇଥିଲା । ଏହି ଅଫିସ୍‌ କୋଠା ଖାଲିଥିବା ବେଳେ ବିମାନରେ ଥିବା ୬ ଜଣ ଯାତ୍ରୀଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ଏହି କୋଠା ପାଖରେ ଥିବା ଗାଡିଗୁଡିକରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳରେ କଳାଧୂଆଁ ଅନେକ କିମି ପର୍ଯ୍ଯନ୍ତ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking