22.1 C
Bhubaneswar
Wednesday, January 29, 2025
Homeକରୋନାଦେଶରେ ଦିନକରେ ୭୧୭୮ ନୂଆ କୋରୋନା ମାମଲା

ଦେଶରେ ଦିନକରେ ୭୧୭୮ ନୂଆ କୋରୋନା ମାମଲା

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ । ଲଗାତାର ୨ରୁ ଦିନ ହେବ କୋରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ସପ୍ତାହରୁ ଅଧକ ଦିନ ହେବ ଦେଶରେ ସଂକ୍ରମଣ ମାମଲା ୧୦ ହଜାର ଉପରେ ରହୁଥିବା ବେଳେ ଆଜି ତଳକୁ ଖସିଛି ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ୭୧୭୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି(ରବିବାର) ଏହି ସଂଖ୍ୟା ୧୦ ହଜାର ୧୧୨ ରହିଥିଲା । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟାରେ ଦେଶରେ ୭ ହଜାର ୧୭୮ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜିକୁ ମିଶାଇ ଦେଶରେ ମୋଟ ଆକ୍ଟିଭ ସଂଖ୍ୟା ୬ଲକ୍ଷ ୫୬ ହଜାର ୮୩ରେ ପହଞ୍ଚିଛି । ତେବେ ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ଏହା ଏକ ଆଶ୍ବସ୍ତିକର ଖବର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି ।

ଦିନକରେ ୮ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୧ ହଜାର ୩୪୫ରେ ପହଞ୍ଚିଛି । ତେବେ ଦୈନିକ ପଜିଟିଭ ହାର ୯.୧୬ ପ୍ରତିଶତ ରହିଛି । ସାପ୍ତାହିକ ପଜିଟିଭ ହାର ୫.୪୧ ପ୍ରତିଶତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking