ନୂଆଦିଲ୍ଲୀ : ଦେଶରେ ଦିନରେ ୭୫୨ କୋଭିଡ ମାମଲା ଚିହ୍ନଟ ହୋଇଛି ଏବଂ ଏଥିସହ ଚାରି ଜଣ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡ ରିପୋର୍ଟ ପ୍ରକାଶ ପାଇଛି। ଜେଏନ-୧ ସବ୍ ଭାରିଆଣ୍ଟ ଚିନ୍ତା ବଢାଇ ଥିବାବେଳେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇଲେ ବର୍ତ୍ତମାନ କୋଭିଡ ସକ୍ରିୟ ମାମଲା ୩,୪୨୦ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ୧୭ ଟି ରାଜ୍ୟରେ କୋଭିଡର ସକ୍ରିୟ ମାମଲା ରହିଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ କେରଳରେ ସର୍ବାଧିକ ୨୬୬ ଜଣ ଥିବାବେଳେ କର୍ଣ୍ଣାଟକରେ ୭୦, ମହାରାଷ୍ଟ୍ର ୧୫, ତାମିଲନାଡୁ ୧୩ ଏବଂ ଗୁଜୁରାଟରେ ୧୨ ରୋଗୀ ରହିଛନ୍ତି । କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ କେରଳରୁ ଦୁଇଜଣ ଏବଂ ରାଜସ୍ଥାନ ଏବଂ କର୍ଣ୍ଣାଟକରୁ ଜଣେ ଲେଖାଏଁ ଅଛନ୍ତି।