30.6 C
Bhubaneswar
Friday, May 16, 2025
Homeଓଡିଶା୭୨ ଘଣ୍ଟା ସଟ୍ ଡାଉନ୍ ରେ ଲାଞ୍ଜିଗଡ ଓ ବିଶ୍ୱନାଥପୁର ପଞ୍ଚାୟତ

୭୨ ଘଣ୍ଟା ସଟ୍ ଡାଉନ୍ ରେ ଲାଞ୍ଜିଗଡ ଓ ବିଶ୍ୱନାଥପୁର ପଞ୍ଚାୟତ

 
ରାୟଗଡ଼ା:କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଥିବାରୁ‌ ରାୟଗଡା ଜିଲ୍ଲା ସୀମାନ୍ତରେ ରହିଥିବା ବେଳେ ରାୟଗଡା ଜିଲ୍ଲାକୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରାଯାଇଥିବା ଯୋଗୁଁ ରାୟଗଡା ଜିଲ୍ଲାର ସମସ୍ତ ପଡୋଶୀ ବେବସାୟୀ ଲାଞ୍ଜିଗଡ ଓ ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବେବସାୟ ଓ ଅନ୍ୟାନ୍ୟ କାର୍ଯ୍ୟ କରି ଆସୁଥିବା ଯୋଗୁଁ ଏହାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ଭାବେ ଲାଞ୍ଜିଗଡ ଓ ବିଶ୍ୱନାଥପୁର ଗ୍ରାମପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଲାଞ୍ଜିଗଡ ସରପଞ୍ଚ ସୁଶ୍ରୀ ମଣି ମାଝୀ ଓ ବିଶ୍ୱନାଥପୁର ସରପଞ୍ଚ ପିଙ୍କି ସିରିକିକା । ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଲାଞ୍ଜିଗଡ ପତ୍ର ସଂଖ୍ୟା-୨୪୨,ବିଶ୍ୱନାଥପୁର କାର୍ଯ୍ୟାଳୟ ପତ୍ର ସଂଖ୍ୟା – ୭୬ ତା: ୨୩/୭/୨୦୨୦ରେ ଏନେଇ ସୂଚିତ କରାଯାଇଛି । ଏଥିରେ ଉଲ୍ଲେଖ ରହିଛି ଯେ, ଜୁଲାଇ ୨୪ ତାରିଖ ଶୁକ୍ରବାର ଠାରୁ ଜୁଲାଇ ୨୬ ତାରିଖ ରବିବାର ପର୍ଯ୍ୟନ୍ତ ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡ ଓ ବିଶ୍ୱନାଥପୁର ପଞ୍ଚାୟତ ସଟ୍ ଡାଉନ୍ ରେ ରହିବ । କେବଳ ସ୍ବାସ୍ଥ୍ୟ ସମନ୍ଧିୟ ସେବାକୁ ଏହି ବନ୍ଦରୁ ବାଦ ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking