28.1 C
Bhubaneswar
Sunday, June 23, 2024
Homeଦେଶ ବିଦେଶନୂଆ କ୍ୟାବିନେଟରେ ଶପଥ ନେଲେ ୭ ମହିଳା ମନ୍ତ୍ରୀ

ନୂଆ କ୍ୟାବିନେଟରେ ଶପଥ ନେଲେ ୭ ମହିଳା ମନ୍ତ୍ରୀ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦି ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଥିସହ ସେ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି। ମୋଦିଙ୍କ ନୂଆ କ୍ୟାବିନେଟରେ ଶପଥ ନେଇଛନ୍ତି ଏନଡିଏ ସରକାରର ୭୧ ମନ୍ତ୍ରୀ । ସେମାନଙ୍କ ମଧ୍ୟରେ ୭ ମହିଳା ଥିବା ଜଣାଯାଇଛି। ଦ୍ୱିତୀୟ ପାଳିରେ ମୋଦିଙ୍କ କ୍ୟାବିନେଟରେ ୧୦ ମହିଳା ସାମିଲ ହୋଇଥିବା ବେଳେ ଚଳିତ ଥର ଏହି ସଂଖ୍ୟା ୭ ରହିଛି।

ତେବେ ମୋଦିଙ୍କ କ୍ୟାବିନେଟର ୭ ମହିଳା ମନ୍ତ୍ରୀ ହେଲେ ନିର୍ମଳା ସୀତାରମଣ, ଅନ୍ନପୂର୍ଣ୍ଣା ଦେବୀ, ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେ, ରକ୍ଷା ଖଡସେ, ସାବିତ୍ରୀ ଠାକୁର ଓ ନିମୁବେନ ବମଭାନିୟା ।
୬୪ ବର୍ଷୀୟା ନିର୍ମଳା ସୀତାରମଣ ଚଳିତ ଥର ନିର୍ବାଚନ ଲଢ଼ି ନ ଥିବା ବେଳେ ସେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ଅନ୍ନପୂର୍ଣ୍ଣା ଦେବୀ ଝାଡ଼ଖଣ୍ଡର କୋଡରମା ସିଟ୍‌ରୁ ବିଜୟୀ ହୋଇଛନ୍ତି। ରକ୍ଷା ଖଡସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିନେତା ଏକନାଥ ଖଡସେଙ୍କ ବୋହୂ । ସେ ମହାରାଷ୍ଟ୍ରର ରେଭର ସିଟ୍‌ରୁ ନିର୍ବାଚନ ଜିତି ଲୋକସଭାକୁ ଯାଇଛନ୍ତି। ୩୭ ବର୍ଷୀୟା ରକ୍ଷା ମୋଦି କ୍ୟାବେନଟରେ ସବୁଠୁ କନିଷ୍ଠ ମହିଳା ମନ୍ତ୍ରୀ। ସୀତାରମଣ ଓ ଅନ୍ନପୂର୍ଣ୍ଣା ଦେବୀ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପାଇଥିବା ବେଳେ ଅନ୍ୟମାନେ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ପାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking