32.1 C
Bhubaneswar
Sunday, June 22, 2025
Homeଦେଶ ବିଦେଶଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗି ୭ ଜଣଙ୍କ ମୃତ୍ୟୁ

ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗି ୭ ଜଣଙ୍କ ମୃତ୍ୟୁ

କରାଚି: ପାକିସ୍ତାନର ସିନ୍ଧ ଅଞ୍ଚଳରେ ଏକ ଯାତ୍ରୀବାହୀ ଏକ୍ସପ୍ରେସ ଟ୍ରେନର ବଗିରେ ନିଆଁ ଲାଗିଯାଇଥିବା ଘଟଣା ସମ୍ପର୍କରେ ଗୁରୁବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଅଗ୍ନିକାଣ୍ଡରେ ୩ଜଣ ଶିଶୁ, ଜଣେ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ରାତିରେ କରାଚିରୁ ଲାହୋର ଯାଉଥିବା କରାଚି ଏକ୍ସପ୍ରେସର ବିଜନେସ କ୍ଲାସ ବଗିରେ ହଠାତ ନିଆଁ ଲାଗିଯାଇଥିଲା। ଏହି ନିଆଁକୁ ଆୟତ୍ତ କରିବା ପୂର୍ବରୁ ଏହି ବଗିରେ ବସି ଯାତ୍ରା କରୁଥିବା ୩ଜଣ ଶିଶୁ, ଜଣେ ମହିଳାଙ୍କ ସମେତ ୭ଜଣ ପୋଡ଼ି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଟ୍ରେନରେ ନିଆଁ କେଉଁ କାରଣରୁ ଲାଗିଲା ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିଲା। ତେବେ ନିଆଁ ଲାଗିବା ଖବର ମିଳିବା ମାତ୍ରେ ବିଳମ୍ବିତ ରାତି ପ୍ରାୟ ୧.୫୦ ମିନିଟରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପ୍ରାୟ ୪୦ ମିନିଟ ମଧ୍ୟରେ ନିଆଁକୁ କାବୁ କରି ନେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking