ସମ୍ବଲପୁର : ଆଜି ବୁର୍ଲା ସ୍ଥିତ ଭୀମ୍ସାରରେ ୭ଜଣ କରୋନା ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି । ଏହି ୭ଜଣଙ୍କ ମଧ୍ୟରୁ ୩ଜଣ ଡ଼ାକ୍ତର ରହିଥିବା ବେଳେ ୪ ଜଣ ନର୍ସ ଅଛନ୍ତି । ଏହି ୭ କର୍ମଚାରୀ ଚିହ୍ନଟ ହେବା ପରେ ପୁର ହସ୍ପିଟାଲକୁ ସାନିଟାଇଜ କରାଯାଇଛି । ଏନେଇ ପ୍ରଫେସର ଡ଼ାକ୍ତର ଲଳିତ ମେହେର ସୂଚନା ଦେଇଛନ୍ତି । ଏବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ । ସେମାନଙ୍କର କୌଣସି ଲକ୍ଷଣ ନଥିବା ବେଲେି ସୂଚନା ମିଳିଛି ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ୧୯ ତାରିଖ ଯାଏ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ(ଭିମ୍ସାର୍)ର ସମସ୍ତ ବିଭାଗର ଓପିଡି ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।ଏହି ନିଷ୍ପତ୍ତି ଅନୁଯାୟୀ, ମେଡିକାଲରେ କେବଳ କାଜୁଆଲିଟି ଓ ଏମର୍ଜେନ୍ସି ବିଭାଗ ଖୋଲା ରହିବ। ରୁଟିନ୍ ସର୍ଜରୀ ବନ୍ଦ ରହିବ। ରେଫେରାଲ ରୋଗୀଙ୍କୁ ଅନୁମତି ମିଳିବ।ସେହିପରି ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି(ଭିସୁଟ୍)କୁ ମଧ୍ୟ ଆଜିଠାରୁ ୨୧ ତାରିଖ ପର୍ୟ୍ୟନ୍ତ ଜିଲ୍ଲାପାଳ ବନ୍ଦ ଘୋଷଣା କରିଛନ୍ତି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି।
ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୧୨୫ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୧୦୦ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୨୫ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।