26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଦକ୍ଷତା ମାଧ୍ୟମରେ ଆମେ ଶୀର୍ଷକୁ ପହଁଚି ପାରିବା : ପ୍ରଧାନମନ୍ତ୍ରୀ

ଦକ୍ଷତା ମାଧ୍ୟମରେ ଆମେ ଶୀର୍ଷକୁ ପହଁଚି ପାରିବା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନସିଂ ଜରିଆରେ ଦେଶର ଯୁବପିଢୀଙ୍କୁ ସମ୍ବୋଧନ କରିଛନ୍ତି ।ନିଜ ଦକ୍ଷତା ବଳରେ ବିଶ୍ୱକୁ ଜିତିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ଯୁବପିଢୀଙ୍କୁ ଆହ୍ୱାନ ଦେଇଛନ୍ତି । କେବଳ ଦକ୍ଷତା ମାଧ୍ୟମରେ ଆମେ ଶୀର୍ଷକୁ ପହଁଚି ପାରିବା ଏବଂ ବିଶ୍ୱକୁ ଜିତି ପାରିବା । ଯୁବପିଢୀର ସବୁଠୁ ବଡ଼ ଶକ୍ତି ହେଉଛି ଦକ୍ଷତା ଓ ପାରଦର୍ଶିତା । ଦକ୍ଷତା ଆମ ଜୀବନରେ ନୂଆ ଉତ୍ସାହ ଓ ଉଦ୍ଦୀପନା ଭରିଦିଏ । ଅନ୍ତର୍ନିହିତ ଦକ୍ଷତାକୁ ଆମେ ଯେତେ ସଂପ୍ରସାରିତ କରିବା,ସେତେ ଆଗକୁ ବଢିପାରିବା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ପ୍ରତ୍ୟେକ ଯୁବପିଢୀଙ୍କୁ ଦକ୍ଷତା ସମ୍ପନ୍ନ ଓ ରୋଜଗାରକ୍ଷମ କରିବା ସ୍କିଲ ଇଣ୍ଡିଆର ମୁଖ୍ୟ ଲକ୍ଷ୍ୟ ଅଟେ । ସ୍କିଲ ଇଣ୍ଡିଆ ମିଶନ ଦ୍ୱାରା ୫ କୋଟିରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ମାନେ ଉପକୃତ ହେବେ ।
ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ , କରୋନା ମହାମାରୀ ଆମ ସମସ୍ତଙ୍କ ଜୀବନଶୈଳୀକୁ ବଦଳାଇ ଦେଇଛି । ଚାକିରୀ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ସୃଷ୍ଟି ହୋଇଛି । ନୂଆ ନୂଆ ଟେକ୍ନୋଲଜି ମଧ୍ୟ ଆସିଛି । ଆମ ଦେଶର ଯୁବପିଢୀଙ୍କୁ ନୂଆ କୌଶଳ ଆପଣାଇବାକୁ ପଡ଼ିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking