34.1 C
Bhubaneswar
Thursday, April 25, 2024
Homeଓଡିଶାଆଉ ୩ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି

ଆଉ ୩ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି

ଭୁବନେଶ୍ୱର : କରୋନା ସଂକ୍ରମଣରେ ଦିନୁ ଦିନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢିଚାଲିଛି । ଆଜି ରାଜ୍ୟରେ ଆଉ ୩ଜଣ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ସେମାନେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୭୭କୁ ବୃଦ୍ଧି ପାଇଛି । ଏଥିସହ କରୋନା ସଂକ୍ରମିତ ଥାଇ ଅନ୍ୟ ରୋଗରେ ୨୪ଜଣ ମୃତ୍ୟୁବରଣ କରିଛନ୍ତି । ଆଜି ମୃତ୍ୟୁବରଣ କରିଥିବା ୩ଜଣଙ୍କ ମଧ୍ୟରୁ ଦୁଇ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ ଭୁବନେଶ୍ୱରର ବୋଲି ଜଣାପଡ଼ିଛି ।
ଗଞ୍ଜାମ ଜିଲ୍ଲାରୁ ଜଣେ ୬୫ ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ । ଅନ୍ୟଜଣେ ୮୬ବର୍ଷୀୟ ପୁରୁଷ କ୍ରୋନିକ ହାଇପରଟେନସନରେ ପିଡ଼ୀତ ଥିଲେ । ଆଜି ସୁଦ୍ଧା ୪୬୨୧ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୨୭୦୧ ଜଣ ସୁସ୍ଥ ହୋଇଛନ୍ତି । ୪୬ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮୭୧ଜଣ ବିଭିନ୍ନ କୋଭତଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏଥିସହ କରୋନା ଥାଇ ଅନ୍ୟ ରୋଗରେ ୩ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ଭୁବନେଶ୍ୱରରୁ ଜଣେ ୭୨ ବର୍ଷୀୟ ପୁରୁଷ ମଧ୍ୟ ପ୍ରାଣ ହରାଇଛନ୍ତି । ରାଜଧାନୀରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।
ଏହାଛଡ଼ା କରୋନା ସଂକ୍ରମିତ ଥାଇ ଅନ୍ୟରୋଗରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଜଣେ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ଅନ୍ୟଜଣେ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି ।
ଆଜି ରାଜ୍ୟରେ ୨୨ ଜିଲ୍ଲାରୁ ନୂଆ ୬୧୮ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୪୧୧ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୨୦୭ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଆଜିର ଚିହ୍ନଟ ହୋଇଥିବା ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୯୮କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୯୮୬୪ ଜଣ ସୁସ୍ଥ ହୋଇଛନ୍ତି । ୭୭ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪୯୩୩ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking