29.1 C
Bhubaneswar
Friday, October 18, 2024
Homeଓଡିଶାବାଦାମବାଡିରେ ଦାଦାବଟି ମାଗି ୭ ଗିରଫ

ବାଦାମବାଡିରେ ଦାଦାବଟି ମାଗି ୭ ଗିରଫ

କଟକ: ବାଦାମବାଡି ବସ୍‌ଷ୍ଟାଣ୍ଡରେ କ୍ଲିନର ,କଣ୍ଡକ୍ଟର ଓ ଦୋକାନୀମାନଙ୍କୁ ଭୟଭୀତ କରାଇ ଦାଦାବଟି ମାଗୁଥିବା ବେଳେ ବାଦାମବାଡି ପୁଲିସ ୭ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲଣ କରିଛି । ଅଭିଯୁକ୍ତମାନଙ୍କଠାରୁ ୬ହଜାରରୁ ଉର୍ଦ୍ଧ୍ୱ ଟଙ୍କା ,୫ଟି ବାଇକ୍ ଓ ୭ଟି ମୋବାଇଲ୍ ଜବତ କରିଛି । ଅଭିଯୁକ୍ତମାନେ ହେଲେ ୪୨ମୌଜା ଦଧିବାମନପୁର ସୁନିଲ କୁମାର ନାୟକ(୨୮),ଶଙ୍କରପୁର ନୂଆସାହିର ବବ୍‌ଲୁ ବିଶ୍ୱାଳ(୩୦),ଶଙ୍କରପୁର ଉପରସାହିର ରଣଜିତ୍ ସ୍ୱାଇଁ(୩୭) ବାଦଲ କୁମାର ସ୍ୱାଇଁ (୪୦)ଓ ସୁବ୍ରତ କୁମାର ସ୍ୱାଇଁ (୪୫)ଶଙ୍କରପୁର ବାରିକ୍ ସାହିର କିଶୋର କୁମାର ରାଉତ(୪୭), ଯୋବ୍ରା ନୂଆ ସାହିର ସନାତନ ଷଡଙ୍ଗୀ(୩୨) ।

ଅଭିଯୁକ୍ତମାନେ ବାଦାମବାଡିରେ କଣ୍ଡକ୍ଟରମାନଙ୍କଠାରୁ ୧୦୦ଟଙ୍କା ଓ ଉଠା ଦୋକାନୀଙ୍କଠାରୁ ୨୦୦ ଟଙ୍କା ଲେଖାଏଁ ଆଦାୟ କରୁଥିଲେ । ସେମାନେ ସ୍ଥାନୀୟ ଅଞ୍ଚଳର ବୋଲି ପରିଚୟ ଦେଇ ଏକ ପ୍ରକାର ଭୟ ସୃଷ୍ଟି କରି ବାଦାମବାଡି ବସ୍‌ଷ୍ଟାଣ୍ଡ ଭିତରୁ ନିୟମିତ ଦାଦାବଟି ଆଦାୟ କରୁଥିଲେ । ତେବେ ଏସଂକ୍ରାନ୍ତରେ ଆଜି ଖବର ପାଇ ବାଦାମବାଡି ପୁଲିସ ଚଢଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ବେଳେ ସମସ୍ତଙ୍କୁ କୋର୍ଟ ଚାଲଣ କରିଛି ।

ସୂଚନା ଯୋଗ୍ୟ ବାଦାମବାଡି ବସ୍‌୍‌ଷ୍ଟାଣ୍ଡରେ ପ୍ରାୟ ସବୁବେଳେ ସ୍ଥାନୀୟ ଦାଦାମାନେ ବଟି ଆଦାୟ କରୁଥିଲା ବେଳେ କିଛିଦିନ ଏହି କାର୍ଯ୍ୟ ଥମିଯାଇଥିଲା । ତେବେ ଏହି ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି । ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking