ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଷଷ୍ଠ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି ।ଆଜି ରାଜ୍ୟର ୪୩ ଟି ବିଧାନସଭା କ୍ଷେତ୍ରରେ ଏକ କୋଟିରୁ ଅଧିକ ମତଦାତା ନିଜ ମତଅଧିକାର ର ପ୍ରୟୋଗ କରୁଛନ୍ତି । ଏହି ୪୩ ଟି ବିଧାନସଭା କ୍ଷେତ୍ରରେ ୩୦୬ ଜଣ ପାର୍ଥୀ ରହିଛନ୍ତି । କୋରନା ଭାଇରସର ଦ୍ୱିତୀୟ ଲହର ମଧ୍ୟରେ ଏହି ମତଦାନ ହେଉଛି ।
ନିର୍ବାଚନ ଆୟୋଗର ଜଣେ ଅଧିକାରୀ କହିଛନ୍ତି ଯେ, ପୁର୍ବ ନିର୍ବାଚନରେ ହୋଇ୍ଥିବା ହିଂସାକୁ ଦୃଷ୍ଟିରେ ରଖି ସୁରକ୍ଷାକୁ କଡାକଡି କରାଯାଇଛି । ୪ର୍ଥ ପର୍ଯ୍ୟାୟ ମତଦାନରେ ୧୦ ଏପ୍ରିିଲକୁ କୁଚବିହାର ରେ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ଓ ନିରପେକ୍ଷ ନିୀର୍ବାଚନ ସୁନିଶ୍ଚିତ କରିବା ପାଇଁ ଷଷ୍ଠ ପର୍ଯ୍ୟାୟ ପାଇଁ ୧୦୭୧ ପ୍ଲାଟୁନ ଫୋର୍ସ ମୁତୟନ କରାଇଛି । ମତଦାନ ମଧ୍ୟରେ କୋଭିଡ ନିୟମକୁ ମଧ୍ୟ କଡାକଡି ପାଳନ କରାଯିବ ।
ସୂଚନାଯୋଗ୍ୟଯେ, ପଶ୍ଚିମବଙ୍ଗରେ ଗତ ୨୪ ଘଣ୍ଟା ମଧ୍ୟରେ ୯,୮୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।