28.3 C
Bhubaneswar
Friday, July 17, 2026
Homeଦେଶ ବିଦେଶଭାରତ ଉପରେ ୧୦୦% ଶୁଳ୍କ ଲଗାଇବା ସପକ୍ଷରେ ଆମେରିକାର ୬୦ ସିନେଟର

ଭାରତ ଉପରେ ୧୦୦% ଶୁଳ୍କ ଲଗାଇବା ସପକ୍ଷରେ ଆମେରିକାର ୬୦ ସିନେଟର

ନୂଆଦିଲ୍ଲୀ : ରୁଷ୍‌ଠାରୁ ତୈଳ କିଣିବା ପାଇଁ ଭାରତ ଓ ଅନ୍ୟ ଚାରିଟି ଦେଶ ଉପରେ ୧୦୦% ଶୁଳ୍କ ଲଗାଇବାର ପ୍ରସ୍ତାବିତ ନୂତନ ବିଲ୍‌କୁ ୬୦ ଜଣ ଆମେରିକୀୟ ସିନେଟର ସମର୍ଥନ କରିଛନ୍ତି। ରୁଷ୍‌ଠାରୁ ତୈଳ କ୍ରୟ ପାଇଁ ଭାରତ ଓ ଅନ୍ୟ ଚାରି ରାଷ୍ଟ୍ର ଉପରେ ୧୦୦% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ଥିବା ଏକ ନୂତନ ବିଲ୍ କୁ ପ୍ରାୟ ୬୦ ଜଣ ଆମେରିକୀୟ ସିନେଟର ସମର୍ଥନ କରିଛନ୍ତି।

ଗୁରୁବାର ବିଲ୍‌କୁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନ ମିଳିଛି ଓ ସିନେଟରେ ବିଲ୍ ସମର୍ଥକଙ୍କ ମତରେ ଏହା ଅଗଷ୍ଟ ପୂର୍ବରୁ ଗୃହୀତ ହୋଇପାରେ। ଭାରତ ବ୍ୟତୀତ ଚୀନ୍‌, ସ୍ଲୋଭାକିଆ, ହଙ୍ଗେରୀ ଓ ଆଜରବାଇଜାନ ଉପରେ ଆମେରିକା ଟାର୍ଗେଟ କରିଛି। ସିନେଟରେ ସଂଖ୍ୟାଗରିଷ୍ଠ ରିପବ୍ଲିକାନ୍ ଦଳର ନେତା ସିନେଟର ଜନ୍ ଥୁନ୍ ବିଲ୍‌ର ଜଣେ ପ୍ରମୁଖ ସମର୍ଥକ ଭାବରେ ସ୍ୱାକ୍ଷର କରିଛନ୍ତି। ଆମେରିକା ଉପର ସଦନରେ ବିଲ୍‌ଟି ଗୃହୀତ କରାଇପାରେ। ରୁଷ୍‌ ଉପରେ କଟକଣା ସମ୍ପର୍କିତ ଏହି ବିଲ୍ ଟ୍ରମ୍ପ ପ୍ରଶାସନକୁ ରୁଷ୍‌ଠାରୁ ତୈଳ କିମ୍ବା ପ୍ରାକୃତିକ ଗ୍ୟାସର ପାଞ୍ଚଟି ପ୍ରମୁଖ କ୍ରୟ ଉପରେ ୧୦୦% ପର୍ଯ୍ୟନ୍ତ ଶୁଳ୍କ ଲଗାଇବାର ଅଧିକାର ପ୍ରଦାନ କରିବାର ପ୍ରସ୍ତାବ ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking