34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶମହିଳାଙ୍କ ଆଖିରୁ ବାହାରିଲା ୬୦ ଜୀବନ୍ତ ପୋକ

ମହିଳାଙ୍କ ଆଖିରୁ ବାହାରିଲା ୬୦ ଜୀବନ୍ତ ପୋକ

କୁନ୍‌ମିଙ୍ଗ୍‌: ଚୀନ୍‌ର ଏକ ଡାକ୍ତରଖାନାରେ ଡାକ୍ତରମାନେ ଜଣେ ମହିଳାଙ୍କ ଆଖିରୁ ପ୍ରାୟ ୬୦ଟି ଜୀବନ୍ତ ପୋକ ବାହାର କରିଥିବା କଥା ‘ଦି ସନ୍‌’ ସମ୍ବାଦପତ୍ର ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି, ମହିଳାଙ୍କ ବାମ ଆଖିରୁ ୪୦ଟି ଓ ଡାହଣ ଆଖିରୁ ୧୦ଟି ଜିଅନ୍ତା ପୋକ ବାହାର କରାଯାଇଥିବା କଥା ଡାକ୍ତରମାନେ କହିଛନ୍ତି। ସେମାନେ ଆଖିଡୋଳା ଓ ଆଖିପତା ମଝିରେ ଥିବା ଫାଙ୍କରେ ରହୁଥିଲେ। ଏହି ପରଜୀବୀ କୀଟାଣୁଗୁଡ଼ିକ ‘ଫିଲାରିଓଇଡିଆ’ ନାମରେ ଏକ ଜାତୀୟ ଗୋଲ୍‌କୃମି ବୋଲି ଡାକ୍ତରମାନେ କହିଛନ୍ତି।ଏହି କୃମିମାନେ ସାଧାରଣତଃ ମାଛି କାମୁଡ଼ାଦ୍ବାରା ମଣିଷ ଶରୀରରେ ପ୍ରବେଶ କରିଥାଆନ୍ତି। କିନ୍ତୁ, ସେ ମହିଳାଜଣକ କହୁଛନ୍ତି ଯେ, ବିରାଡ଼ି କିଂବା କୁକୁରଙ୍କ ଦେହରେ ସଂକ୍ରମିତ ହୋଇଥିବା ଶୂକକୀଟଦ୍ବାରା ସେ ଆକ୍ରାନ୍ତ ହୋଇଛନ୍ତି। ଏ ସଂକ୍ରାନ୍ତରେ ବୁଝାଇ ଦେବାକୁ ଯାଇ ସେ କହିଛନ୍ତି, କୁକୁର କି, ବିରାଡ଼ିଙ୍କୁ ଆଉଁଶିବା ବେଳେ ଶୂକକୀଟ ବା ‘ଲାର୍ଭା’ ତାଙ୍କ ହାତରେ ଲାଗିଯାଇଥିବ। ସେହି ହାତରେ ସେ ଆଖି ମଳି ଦେବାରୁ ଶୂକକୀଟ ତାଙ୍କ ଆଖିରେ ପଶିଯାଇଥିବ। ସବୁବେଳେ ଆଖି କୁଣ୍ଡାଇ ହେବାରୁ ସେ ଆଖି ମଳୁଥିଲେ। ଦିନେ ଆଖି ମଳିବା ବେଳେ ପୋକଟିଏ ବାହାରି ଆସିବା ଦେଖିବା ପରେ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। କାଳେ ଆଉ କିଛି ଶୂକକୀଟ ରହିଯାଇଥିବେ, ସେଥିପାଇଁ ପୁଣି ଥରେ ଆଖି ପରୀକ୍ଷା କରାଇବା ଲାଗି ଆସିବାକୁ ଡାକ୍ତରମାନେ ସେ ମହିଳାଙ୍କୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking