26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶତେଲେଙ୍ଗାନା ପାଇଁ କଂଗ୍ରେସର ୬ ସୂତ୍ରୀ ଘୋଷଣା

ତେଲେଙ୍ଗାନା ପାଇଁ କଂଗ୍ରେସର ୬ ସୂତ୍ରୀ ଘୋଷଣା

ହାଇଦ୍ରାବାଦ: ଚଳିତବର୍ଷ ଶେଷଆଡକୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ରବିବାର କଂଗ୍ରେସ ପକ୍ଷରୁ ରାଜ୍ୟବାସୀଙ୍କ ପାଇଁ ୬ ସୂତ୍ରୀ ଯୋଜନା ସମ୍ପର୍କରେ ପ୍ରତିଶ୍ରୁତି ଦିଆଯାଇଛି । ଯଦି କଂଗ୍ରେସ କ୍ଷମତାକୁ ଆସେ, ତାହାହେଲେ ଏହି ୬ଟି ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରାଯିବ ବୋଲି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କହିଛନ୍ତି । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କ ଅମଳରେ ତେଲେଙ୍ଗାନା ରାଜ୍ୟ ଗଠିତ ହୋଇଥିଲା । ବର୍ତ୍ତମାନ ଏହାକୁ ନୂତନ ଶିଖରରେ ପହଞ୍ଚାଇବାର ସମୟ ଆସିଥିବା ସୋନିଆ କହିଛନ୍ତି । ତେଲେଙ୍ଗାନା ମହିଳାଙ୍କ ପାଇଁ ‘ମହାଲକ୍ଷ୍ମୀ’ ଯୋଜନାକୁ କାର୍ଯ୍ୟକାରୀ କରାଯିବ ।

ତଦନୁଯାୟୀ ପ୍ରତ୍ୟେକ ପରିବାରକୁ ଗ୍ୟାସ୍ ସିଲିଣ୍ଡର ପିଛା ୫୦୦ ଟଙ୍କାର ସବ୍‌ସିଡି ସହ ମହିଳାଙ୍କୁ ସରକାରୀ ବସ୍‌ରେ ମାଗଣା ଯାତ୍ରା ଏବଂ ପ୍ରତ୍ୟେକ ମହିଳାଙ୍କୁ ମାସିକ ୨୫୦୦ ଟଙ୍କାର ଅନୁଦାନ ମଧ୍ୟ ମିଳିବ । ପ୍ରତ୍ୟେକ କୃଷକଙ୍କ ପାଇଁ ବାର୍ଷିକ ୧୫,୦୦୦ ଟଙ୍କାର ଅନୁଦାନ, ଧାନଚାଷ ପାଇଁ ଅତିରିକ୍ତ ୫୦୦ ଟଙ୍କା ଏବଂ ଚାଷଜମି ଶ୍ରମିକଙ୍କୁ ବାର୍ଷିକ ୧୨,୦୦୦ ଟଙ୍କାର ଆର୍ôଥକ ସହାୟତା । ‘ଗୃହଜ୍ୟୋତି’ ଯୋଜନାରେ ପ୍ରତ୍ୟେକ ପରିବାରକୁ ମାସିକ ୨୦୦ ୟୁନିଟ୍ ମାଗଣା ବିଜୁଳି ଏବଂ ଇନ୍ଦିରାମ୍ମା ଇନ୍ଦ୍‌ଲୁ ଗ୍ୟାରେଣ୍ଟି ଯୋଜନାରେ ବାସହୀନଙ୍କୁ ଘର ତିଆରି ପାଇଁ ୫ ଲକ୍ଷ ଟଙ୍କାର ଅନୁଦାନ । ତେଲେଙ୍ଗାନା ରାଜ୍ୟ ଗଠନ ଆନ୍ଦୋଳନରେ ସାମିଲ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨୫୦ ବର୍ଗମିଟର ଜମି ଉପହାର । ଛାତ୍ରଛାତ୍ରୀ ଓ ଯୁବପିଢିଙ୍କ ପାଇଁ ୫ ଲକ୍ଷ ଟଙ୍କାର ‘ବିଦ୍ୟା ଭରୋସା କାର୍ଡ’ ଏବଂ ପ୍ରତ୍ୟେକ ଜିଲ୍ଲାରେ ଇଣ୍ଟରନ୍ୟାସନାଲ ସ୍କୁଲ ପ୍ରତିଷ୍ଠା । ବରିଷ୍ଠ ନାଗରିକଙ୍କ ପାଇଁ ମାସିକ ୪୦୦୦ ଟଙ୍କାର ପେନ୍‌ସନ ଏବଂ ରାଜୀବ ଆରୋଗ୍ୟଶ୍ରୀ ଯୋଜନାରେ ପ୍ରତ୍ୟେକ ବରିଷ୍ଠ ନାଗରିକଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ସୁବିଧା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking