28.1 C
Bhubaneswar
Sunday, August 17, 2025
Homeଅପରାଧଜମିବାଡି ବିବାଦକୁ ନେଇ ରକ୍ତାକ୍ତ ସଘଂର୍ଷ, ୬ଜଣଙ୍କୁ ନିର୍ମମ ହତ୍ୟା

ଜମିବାଡି ବିବାଦକୁ ନେଇ ରକ୍ତାକ୍ତ ସଘଂର୍ଷ, ୬ଜଣଙ୍କୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ: ଜମିବାଡି ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ । ୨ ଗୋଷ୍ଠୀ ମୁହାଁମୁହିଁରେ ଗଡିଲା ୬ ମୁଣ୍ଡ । ଏଭଳି ଏକ ଚାଂଚଲ୍ୟକର ଖବର ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି । ଜମି ବିବାଦକୁ ନେଇ ଉତ୍ତର ପ୍ରଦେଶର ଦେବରିଆ ଜିଲ୍ଲାରେ ୬ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ୬ ଜଣଙ୍କୁ କାଟି ହତ୍ୟା କରାଯାଇଛି। ପୂର୍ବତନ ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କ ସମେତ ୬ ଜଣଙ୍କୁ ହତ୍ୟା କରାଯାଇଥିବା ଖବର ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଗ୍ରାମବାସୀଙ୍କ କହିବା ମୁତାବକ, ଉଭୟ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ଅନେକ ଦିନ ଧରି ବିବାଦ ଚାଲିଥିଲା। ସୋମବାର ସକାଳେ ପୁରୁଣା ଜମିକୁ ନେଇ ଦୁଇ ପରିବାର ମଧ୍ୟରେ ପୁଣି ବିବାଦ ଦେଖାଦେଇଥିଲା। କଥାବାର୍ତ୍ତାରୁ ଝଗଡ଼ା ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ଉଭୟ ଗୋଷ୍ଠୀ ପକ୍ଷରୁ ଠେଙ୍ଗାବାଡ଼ି, ଧାରୁଆ ଅସ୍ତ୍ରଶସ୍ତ୍ର ସହ ବନ୍ଧୁକ ଚଲାଯାଇଥିଲା।
ଦୁଇ ପରିବାର ପରସ୍ପର ଉପରକୁ ଗୁଳି ଚଳାଇବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ସଂଘର୍ଷରେ ଗୋଟିଏ ପରିବାରର ୫ ଜଣ ଏବଂ ଅନ୍ୟ ପରିବାରର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking