29.1 C
Bhubaneswar
Saturday, May 4, 2024
Homeକରୋନା୫ ଡାକ୍ତରଙ୍କ ସହ ୫୦ ଛାତ୍ରଛାତ୍ରୀ କରୋନା ପଜିଟିଭ

୫ ଡାକ୍ତରଙ୍କ ସହ ୫୦ ଛାତ୍ରଛାତ୍ରୀ କରୋନା ପଜିଟିଭ

ସମ୍ବଲପୁର : ୫ ଡାକ୍ତରଙ୍କ ସହ ୫୦ ଛାତ୍ରଛାତ୍ରୀ କରୋନା ପଜିଟିଭ । ବୁର୍ଲା ଭିମସାରରେ ଉପର ମୁହାଁ ହେବାକୁ ଲାଗିଛି କରୋନା। ଆଜି ପୁଣି ଭିମସାରର ୫ ଜଣ ଡାକ୍ତର ଓ ୫୦ରୁ ଅଧିକ ଡାକ୍ତରୀ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି। ଅନ୍ୟପଟେ ଆଜି ଭିମସାରରେ ୩ କୋଭିଡ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଦ୍ଵିତୀୟ କୋଭିଡ୍ ହସ୍ପିଟାଲରେ ଆଜି ୬୪ ଜଣ ରୋଗୀ ଥିବାବେଳେ ସେମାନଙ୍କ ମଧ୍ୟରେ ୩୨ ପୁରୁଷ ଓ ୩୨ ମହିଳା ଅଛନ୍ତି। ୭ ଜଣ ଆଇସିୟୁରେ ଥିବାବେଳେ କାନାଡା ଫେରନ୍ତା ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଦ୍ଵିତୀୟ କୋଭିଡ୍ ହସ୍ପିଟାଲର ଇନଚାର୍ଜ ଡା. ୱାଇ ପି ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking