21.1 C
Bhubaneswar
Sunday, December 22, 2024
Homeଓଡିଶାସରିଲା ପୌର ନିର୍ବାଚନ: ଭୁବନେଶ୍ୱରରେ ୫୦ ପ୍ରତିଶତ ହେଲା ସହରୀ ଭୋଟ

ସରିଲା ପୌର ନିର୍ବାଚନ: ଭୁବନେଶ୍ୱରରେ ୫୦ ପ୍ରତିଶତ ହେଲା ସହରୀ ଭୋଟ

ଭୁବନେଶ୍ୱର : ସରିଲା ପୌର ମତଦାନ । ଅପରାହ୍ନ ୫ଟା ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ୪୭ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗର ନିଗମରେ ଭୋଟଗ୍ରହଣ ଚାଲିଥିଲା । ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହୋଇଛି । ୪୦ ଲକ୍ଷ ଭୋଟର ମତସାବ୍ୟସ୍ତ କରିଛନ୍ତି । ଭୁବନେଶ୍ୱର ମହାନଗର ନିର୍ବାଚନ ପାଇଁ ୬୭ଟି ୱାର୍ଡରେ ଥିବା ୭ଲକ୍ଷ ୨୫ହଜାରରୁ ଅଧିକ ଲୋକ ମତଦାନ ସାବ୍ୟସ୍ତ କରିଛନ୍ତି ।

ପାଢ଼ୀ କହିଛନ୍ତି ଯେ, ଭୁବନେଶ୍ୱର ମହାନଗର ନିଗମରେ ପାଖାପାଖି ୫୦ ପ୍ରତିଶତ ମତଦାନ ହୋଇଛି । କଟକ ମହାନଗର ନିଗମରେ ୬୫ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମରେ ୪୭ ପ୍ରତିଶତ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଶ୍ରୀ ପାଢ଼ୀ କହିଛନ୍ତି ଯେ, ନବରଙ୍ଗପୁର ଜିଲ୍ଲା ଉମରେକାଟ ପୌର ପରିଷଦର ୮ ନମ୍ବର ୱାର୍ଡରେ ଭୁଲ ବାଲଟ କାଗଜ ଯୋଗୁଁ ଚେୟାରପର୍ସନ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ଏଠାରେ ମତଦାନ ହେବ ।

ପୌର ନିର୍ବାଚନ : ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୭୩ ଜଣ ପ୍ରାର୍ଥୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking