31.1 C
Bhubaneswar
Tuesday, July 2, 2024
Homeଦେଶ ବିଦେଶହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୫ ବର୍ଷ ଛାତ୍ର

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୫ ବର୍ଷ ଛାତ୍ର

ନୂଆଦିଲ୍ଲୀ: ନିଜ ସ୍କୁଲ ନିକଟରେ ଥିବା ମଦ ଦୋକାନ ହଟାଇବା ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ୫ ବର୍ଷ ଛାତ୍ର । ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଛାତ୍ର । ହାଇକୋର୍ଟରେ ଫେବୃଆରୀ ୨୩ରେ ଏହି ମାମଲାର ଶୁଣାଣି ହୋଇଥିଲା।ହାଇକୋର୍ଟ ଅବକାରୀ ବିଭାଗକୁ ଏନେଇ ଜବାବ ମାଗିଛନ୍ତି । ମାର୍ଚ୍ଚ ୧୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସ୍ଥିର କରାଯାଇଛି । ଏଇ ପ୍ରସଙ୍ଗ ଏବେ ସହରରେ ଚର୍ଚ୍ଚା ବିଷୟ ପାଲଟିଛି ।ଉକ୍ତ ଛାତ୍ରଙ୍କ ନାଁ ଅର୍ଥବ ଦୀକ୍ଷିତ  । ସେ ଆଜାଦ୍ ନଗର ସେଥ୍ ଏମଆର ଜୟପୁରିଆ ସ୍କୁଲର ଏଲକେଜି ଛାତ୍ର । ଅର୍ଥବଙ୍କ ବାପା ଜଣେ ଓକିଲ । ତାଙ୍କ ବାପାଙ୍କ ମାଧ୍ୟମରେ ସେ ହାଇକୋର୍ଟରେ ପିଆଇଏଲ୍ ଦାଖଲ କରିଛନ୍ତି । ଛାତ୍ର ଜଣକ କହିଛନ୍ତି ଯେ, ମଦ ଦୋକାନ ତାଙ୍କ ସହପାଠୀ ତଥା ସ୍ଥାନୀୟ ବାସିନ୍ଦାଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି ।’ ଛାତ୍ର ଅର୍ଥବଙ୍କ ବାପା ସ୍କୁଲ ନିକଟରେ ମଦ ଦୋକାନ ଥିବା ନେଇ ଆଇଜିଆରଏସ୍ ପୋର୍ଟାଲରେ ଅଭିଯୋଗ କରିଥିଲେ । ହେଲେ ସ୍କୁଲ ଠାରୁ ମଦ ଦୋକାନ ୨୦ରୁ ୩୦ ମିଟର ଦୂରରେ ଥିବା ନେଇ ଅବକାରୀ ବିଭାଗ ଅଧିକାରୀମାନେ ଉତ୍ତର ଦେଇଥିଲେ । ଏହାସହ ଏହି ଚୁକ୍ତି ୩୦ ବର୍ଷ ପୂର୍ବେ ହୋଇଥିବା ଅବକାରୀ ବିଭାଗ କହିଛି । ତେବେ ୨୦୧୯ରେ ଏହି ସ୍କୁଲ ପ୍ରତିଷ୍ଠା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking