26.1 C
Bhubaneswar
Saturday, April 12, 2025
Homeଦେଶ ବିଦେଶଡକାୟତ ଗ୍ୟାଙ୍ଗ୍‌ର ୫ ଗିରଫ; ଶୁଭ ମୁହୂର୍ତ୍ତ ପାଇଁ ଜ୍ୟୋତିଷକୁ ଦେଇଥିଲେ ୮ ଲକ୍ଷ

ଡକାୟତ ଗ୍ୟାଙ୍ଗ୍‌ର ୫ ଗିରଫ; ଶୁଭ ମୁହୂର୍ତ୍ତ ପାଇଁ ଜ୍ୟୋତିଷକୁ ଦେଇଥିଲେ ୮ ଲକ୍ଷ

ମୁମ୍ବାଇ: ମହାରାଷ୍ଟ୍ରର ବାରାମତି ସହରରେ ପୁଲିସ ଏକ ଡକାୟତ ଗ୍ୟାଙ୍ଗ୍‌ର ୫ ଜଣ ସଦସ୍ୟଙ୍କୁ ଗିରଫ କରିଛି । ତେବେ ସବୁଠାରୁ କୌତୁହଳର ପ୍ରସଙ୍ଗ ହେଉଛି ଡକାୟତି ପାଇଁ ଶୁଭ ମୁହୂର୍ତ୍ତ ଧାର୍ଯ୍ୟ କରିବାକୁ ଏହି ଗ୍ୟାଙ୍ଗ୍ ଜଣେ ଜ୍ୟୋତିଷଙ୍କ ଶରଣାପନ୍ନ ହୋଇଥିବାବେଳେ ତାଙ୍କୁ ୮ ଲକ୍ଷ ଟଙ୍କା ପାରିଶ୍ରମିକ ମଧ୍ୟ ଦେଇଛନ୍ତି । ଚଳିତବର୍ଷ ଏପ୍ରିଲ ୨୧ରେ ଡକାୟତମାନେ ସେମାନଙ୍କ ଅଭିଯାନରେ ସଫଳ ହୋଇଥିବାବେଳେ ୧ କୋଟି ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟ୍ କରିଥିଲେ ।

ଘଟଣାର ୪ ମାସ ପରେ ପୁଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ନଗଦ ଟଙ୍କା ସମେତ ୭୬ ଲକ୍ଷ ଟଙ୍କାର ସ୍ୱର୍ଣ୍ଣାଳଙ୍କାର ଜବତ କରିଛି । ଗିରଫ ଡକାୟତମାନେ ପେସାରେ ଦିନ ମଜୁରିଆ ବୋଲି ଜଣାପଡିଛି । ଘଟଣାଦିନ ଗୃହକର୍ତ୍ତା ଅନୁପସ୍ଥିତ ଥିବାବେଳେ ଏମାନେ ଭିତରେ ପଶି ପତ୍ନୀଙ୍କୁ ନିଯୁକ୍ତ ମାଡ ମାରିବା ସହ ନଗଦ ୯୫ ଲକ୍ଷ ଟଙ୍କା ଓ ୧୧ ଲକ୍ଷ ଟଙ୍କାର ସ୍ୱର୍ଣ୍ଣାଳଙ୍କାର ଲୁଟିନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking