ରାଜସ୍ଥାନ : ରାଜସ୍ଥାନର ବିକାନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏ ଟ୍ରକ ଓ ଏସୟୁଭି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ଏକ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଡାକ୍ତର ଥିବା ବେଳେ ଆଉ ଜଣେ ଦେଢ ବର୍ଷର ଝିଅ ଥିବା ଜଣା ପଡିଛି । ମୃତ ୪ ଡାକ୍ତର ଭିନ୍ନ ଭିନ୍ନ ସରକାରୀ ହସ୍ପିଟାଲରେ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ । ସେମାନେ ଜାମ୍ମୁ –କାଶ୍ମୀରକୁ ଛୁଟି କାଟିବାକୁ ଯାଇଥିଲେ ସେଠାରୁ ଗୁଜୁରାଟ ଫେରୁଥିବା ବେଳେ ରାଜସ୍ଥାନର ନୌରାଙ୍ଗଡେଶର ନିକଟରେ ଏ ଟ୍ରକ ଓ ଏସୟୁଭି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ କାରଟି ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା ।