27.1 C
Bhubaneswar
Sunday, September 8, 2024
Homeଓଡିଶା୫ ମହାନଗରରେ ଜାଗା ମିଶନ

୫ ମହାନଗରରେ ଜାଗା ମିଶନ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ହୋଇଛି । ୫ ମହାନଗର ପାଇଁ ଜାଗା ମିଶନକୁ କ୍ୟାବିନେଟ ମଂଜୁରୀ ମିଳିଛି । ୫ ମହାନଗରର ବସ୍ତି ବାସିନ୍ଦାଙ୍କୁ ଜାଗା ଯୋଗାଇବେ ସରକାର । ୯୩୮ଟି ବସ୍ତିର ୧ ଲକ୍ଷ ୯୦ ହଜାର ପରିବାର ଏହାଦ୍ୱାରା ଉପକୃତ ହେବେ । ନିଷ୍ପତି ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ପ୍ରଦାନ କରିଛନ୍ତି । ସେହିଭଳି ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ନେଇ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଏଡେଡ ବେସରକାରୀ ହାଇସ୍କୁଲ, ଉଚ୍ଚପ୍ରାଥମିକ ସ୍କୁଲ, ମଦ୍ରାସା ଶିକ୍ଷକ ପାଇବେ । ଏଡେଡ ବେସରକାରୀ କଲେଜ ଶିକ୍ଷକମାନେ ମଧ୍ୟ ପାଇବେ । ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୂତନ ବେତନ ପାଇବେ । ନୂତନ ବର୍ଦ୍ଧିତ ବେତନ ୧.୧.୨୦୨୨ ଠାରୁ ଲାଗୁ ହେବ । ୨୬ ହଜାର ସ୍କୁଲ ଶିକ୍ଷକ ଓ ୧୬୬୬୪ ତଲେଜ ଶିକ୍ଷକ ଏଥିରେ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ୨୯୨ କୋଟି ଅତିରିକ୍ତ ବ୍ୟୟ ପଡିବ ।

ରାଜ୍ୟରେ ଆଉ କିଛି ଦିନ ମଧ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ହେଉଥିବାରୁ ଗତ କିଛି ଦିନ ମଧ୍ୟରେ ରାଜ୍ୟ ସରକାର ଘନଘନ କ୍ୟାବିନେଟ ବୈଠକ ଡାକି ବିଭିନ୍ନ ଯୋଜନାରେ ଲୋକମାନଙ୍କୁ ସହାୟତା ଘୋଷଣା କରି ରାଜ୍ୟ ସରକାରଙ୍କ ପ୍ରତି ଭୋଟରଙ୍କୁ ଆକୃଷ୍ଟ କରିବହାକୁ ଚେଷ୍ଟା ଚଳାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ କ୍ୟାବିନେଟ ବୈଠକ ଗୁଡିକରେ ସରକାରଙ୍କ ନିଷ୍ପତି ଅନୁଯାୟୀ ବିଜୁ ପକା ଘର ପାଇଥିବା ହିତାଧୀକାରୀଙ୍କୁ ସରକାର ମରାମତି ପାଇଁ ଆର୍ଥୀକ ସହାୟତା ପ୍ରଦାନ କରିଥିଲେ । ସେହିପରି ଉଠା ଦୋକାନୀ ମାନଙ୍କୁ ମଧ୍ୟ ଆର୍ଥୀକ ସହାୟତା ପ୍ରଦାନ କରିଥିଲେ ଏବଂ ରାସନ କାର୍ଡଧାରୀ ମାନଙ୍କୁ ମଧ୍ୟ କୋଭିଡ ସହାୟତା ମାଧ୍ୟମରେ ଅର୍ଥୀକ ସହାୟତା ପ୍ରଦାନ କରିଥିଲେ । ତେବେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking