ଭଦ୍ରକ: ନୟାଗଡର ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ୱେବ୍ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ପୋଲିସ ୫ ଦିନିଆ ରିମାଣ୍ଡରେ ନେବ । ଶର୍ମିଷ୍ଠାଙ୍କ ସହିତ ଝୁନା ଭୋଇ, ନିରଞ୍ଜନ ସେଠୀ ଓ ରଞ୍ଜନ ମଧ୍ୟ ୫ ଦିନିଆ ରିମାଣ୍ଡରେ ଯିବେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଜେଏମ୍ଏଫସି ଏନେଇ ଆଜି ସନ୍ଧ୍ୟାରେ ଅନୁମତି ପ୍ରଦାନ କରିଛନ୍ତି । ମାନସ ହତ୍ୟାକାଣ୍ଡ ଅଭିଯୋଗରେ ଏହି ୪ ଜଣଙ୍କୁ ପୋଲିସ ମାର୍ଚ୍ଚ ୨୯ ତାରିଖ ଠାରୁ ରିମାଣ୍ଡରେ ନେବ । ପୋଲିସ ମାନସ ହତ୍ୟାକାଣ୍ଡ ମାମଲାରେ ଏହି୪ ଜଣଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ଶର୍ମିଷ୍ଠା ଆଉ ଲୁଚକାଳି ଖେଳି ପୋଲିସକୁ ଚକମା ଦେଖାଇ ଖସି ଯିବାକୁ ଚେଷ୍ଟା କରିଥିଲା । ମାତ୍ର କ୍ରାଇମ୍ ବ୍ରାଞ୍ଚ ଟିମ୍ ଜାଲରୁ ଶର୍ମିଷ୍ଠା ଖସି ଯିବାରେ ସକ୍ଷମ ହୋଇ ପାରିଲା ନାହିଁ । ଶର୍ମିଷ୍ଠା ଓ ତାର ସହଯୋଗୀ ଝୁନା ଭୋଇକୁ ଧରିବା ପାଇଁ କ୍ରାଇମ୍ ବ୍ରାଞ୍ଚ ଟିମ ର ଦୁଇଟି ସ୍ୱତନ୍ତ୍ର ଟିମ୍ ଓ ଭଦ୍ରକ ପୋଲିସର ସହାୟତାରେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଶର୍ମିଷ୍ଠାକୁ ଧରିବାକୁ ଜାଲ ବିଛାଇ ଥିଲା । ଆଜି ଏଇ ଜାଲରେ ଧରାପଡିଛନ୍ତି ହତ୍ୟା?କାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା । ଶର୍ମିଷ୍ଠାଙ୍କୁ ଚାନ୍ଦବାଲି ଥାନା ନିଆଯିବା ପରେ କୋର୍ଟରେ ମଧ୍ୟ ହଜାର କରାଯାଇଥିଲା ।