27.1 C
Bhubaneswar
Sunday, September 29, 2024
Homeଓଡିଶାନିଖୋଜର ୫ ଦିନ ପରେ ସାଳନ୍ଦୀ ନଦୀରୁ ମୃତଦେହ ଉଦ୍ଧାର,ମୃତ୍ୟୁର କାରଣ ଅସ୍ପଷ୍ଟ 

ନିଖୋଜର ୫ ଦିନ ପରେ ସାଳନ୍ଦୀ ନଦୀରୁ ମୃତଦେହ ଉଦ୍ଧାର,ମୃତ୍ୟୁର କାରଣ ଅସ୍ପଷ୍ଟ 

ମୟୂରଭଞ୍ଜ : ନିଖୋଜର ୫ ଦିନ ପରେ ସାଳନ୍ଦୀ ନଦୀରୁ ମୃତଦେହ ଉଦ୍ଧାର,ମୃତ୍ୟୁର କାରଣ ଅସ୍ପଷ୍ଟ ,ପୋଲିସର ତଦନ୍ତ ଜାରି । ନିଖୋଜ ଶଶୁରକୁ ଖୋଜିବାକୁ ଯାଇ ଦନ୍ତାହାତୀ ଆକ୍ରମଣରେ ଜ୍ୱାଇଁ ମଲା। ଆଜି ସାଳନ୍ଦୀ ନଦୀରୁ ନିଖୋଜ ଶଶୁରର ମୃତଦେହ ଉଦ୍ଧାର। ଏଭଳି ଦୁଃଖଦ ଘଟଣା ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି। ତେବେ ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଜରକ ପଞ୍ଚାୟତ ଘଣ୍ଟିଆଦର ଗ୍ରାମ ନିକଟସ୍ଥ ସାଳନ୍ଦୀ ନଦୀରେ ଏକ ଶବ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ କରୁଛି। ମୃତ ବ୍ୟକ୍ତି ଜଣକ ଶରତ ଥାନା ଅନ୍ତର୍ଗତ ନୋଟ ଗ୍ରାମର ରାମରାୟ ଶୁଣ୍ଢି (୬୦) ବୋଲି ଜଣାପଡିଛି।

ସ୍ଥାନୀୟ ଲୋକେ ନଦୀରେ ଶବ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବିଭାଗ ଯାଇ ନଦୀରୁ ଶବକୁ ଉଦ୍ଧାର କରିବା ପରେ ପୋଲିସକୁ ହସ୍ତାନ୍ତର କରିଥିଲା।ମହୁଲଡିହା ପୋଲିସ ଏନେଇ କେଶ ନମ୍ବର ୧୨ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହିତ ଅଧିକ ତଦନ୍ତ ପାଇଁ ଗ୍ରାମରେ ପଚରାଉଚରା ଆରମ୍ଭ କରିଛି। ଘଟଣାରୁ ପ୍ରକାଶ ଯେ ଗତ ୪ ତାରିଖଦିନ ଅସୁରଖାଲ ଗ୍ରାମରୁ ତାଙ୍କ ଜ୍ୱାଇଁ ତାଙ୍କୁ ଖୋଜିବାକୁ ପାଣପୋଷି ଗାଁ କୁ ଆସୁଥିବା ବେଳେ ଜଙ୍ଗଲ ରାସ୍ତାରେ ଦନ୍ତାହାତୀ ଆକ୍ରମଣରେ ଜୁଇଁ ର ମୃତ୍ୟୁ ହଇଥିଲା ।

ଆଉ ଆଜି ଶଶୁର ରାମରାୟ ସୁଣ୍ଡି ର ମୃତ୍ୟୁ ଖବର ପାଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ମୃତ୍ୟୁ କିପରି ହଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହଇନଥିବା ବେଳେ ,ମୃତ ବ୍ୟକ୍ତିଙ୍କ ପୁର୍ବରୁ ମୁଣ୍ଡଦୋଷ ଥିବାରୁ ନଦୀରେ ବୁଡିଯାଇ ମୃତ୍ୟୁ ବରଣ କରିଥିବା ଅନୁମାନ କରୁଛି ପୋଲିସ, ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ମହୁଲଡିହା ପୋଲିସ ପକ୍ଷରୁ ସୂଚନା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking