20.1 C
Bhubaneswar
Monday, November 18, 2024
Homeଓଡିଶାସ୍ୱାସ୍ଥ୍ୟବିଭାଗ ପୋର୍ଟାଲ ହ୍ୟାକ୍ କରି ୫କୋଟି ଜାଲିଆତି

ସ୍ୱାସ୍ଥ୍ୟବିଭାଗ ପୋର୍ଟାଲ ହ୍ୟାକ୍ କରି ୫କୋଟି ଜାଲିଆତି

ଭୁବନେଶ୍ୱର:  ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ପୋର୍ଟାଲ ହ୍ୟାକ୍ କରି ଇ-ଚେକ୍ ଜରିଆରେ ୫କୋଟି ୧ଲକ୍ଷ ୫୦ହଜାର ଟଙ୍କା ଜାଲିଆତି ମାମଲାରେ ଅନ୍ୟଜଣେ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଭୁବନେଶ୍ୱରର ଅବିନାଶ କୁମାର ପ୍ରଧାନ । ଅଭିଯୁକ୍ତକୁ ସୋମବାର ଗିରଫ କରାଯିବା ପରେ ସୋନପୁର ଏସ୍‌ଡିଜିଏମ୍ କୋର୍ଟରେ ଇଓଡବ୍ଲୁ ହାଜର କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ମାମଲାରେ ଗତ ଅପ୍ରେଲରେ ଅଭିଯୁକ୍ତ ସମୀର କୁମାର ପତିଙ୍କୁ ଗିରଫ କରାଯାଇଥିବାବେଳେ ମେ’ରେ ମୁଖ୍ୟଅଭିଯୁକ୍ତ ରାଜକିଶୋର ନାୟକ ଓ ସହଯୋଗୀ ଅନନ୍ତ ଚରଣ ପ୍ରଧାନକୁ ଇଓଡବ୍ଲୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଠାରୁ ୩ କୋଟି ୩୦ଲକ୍ଷ ଟଙ୍କା ଜବତ କରାଯାଇଛି ।

ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବାରୁ ଇଓଡବ୍ଲୁ ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ରାଜକିଶୋର ୨୦୧୬ ଅପ୍ରେଲ ୧୮ ପୂର୍ବରୁ ସୋନପୁର ଏନ୍‌ଏଚ୍‌ଏମ୍‌ରେ ଅସ୍ଥାୟୀ ଭାବେ ଆକାଉଣ୍ଟାଣ୍ଟ୍ ଭାବେ କାର୍ଯ୍ୟ କରିଥିଲେ । ୨୦୨୦ ଡିସେମ୍ବର ୧୨ ତାରିଖରେ ସେ ଚାକିରୀ ଛାଡିଥିଲେ । ଏହାପରେ ସେ ଓଲଟପୁରର ସ୍ୱାମୀ ବିବେକାନନ୍ଦ ନ୍ୟାସ୍‌ନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ରିହାବିଲିସେଶନ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ଅସ୍ଥାୟୀ ଆକାଉଣ୍ଟାଣ୍ଟ୍ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଗତ ମାର୍ଚ୍ଚରେ ରାଜକିଶୋର ତାଙ୍କ ସହଯୋଗୀ ଅନନ୍ତ, ଅବିନାଶ ଓ ଅନ୍ୟ କେତେଜଣଙ୍କ ସହ ମିଶି ଟଙ୍କା ହଡପ କରିବାକୁ ଯୋଜନା କରିଥିଲେ ।

ସେମାନେ ଏନ୍‌ଏଚ୍‌ଏମ୍ ପୋର୍ଟାଲକୁ ଅନଧିକୃତ ଭାବେ ହ୍ୟାକ୍ କରି ୫ କୋଟି ୧ ଲକ୍ଷ ୫୦ହଜାର ଟଙ୍କାର ଏକ ଇ-ଚେକ୍ ସୃଷ୍ଟି କରିଥିଲେ। ଏହାପରେ ଅଭିଯୁକ୍ତମାନେ ସୋନପୁର ଏଡିଏମ୍‌ଓ ଏବଂ ସିଡିଏମ୍‌ଓଙ୍କ ନକଲି ଷ୍ଟାମ୍ପ ତିଆରି କରିବା ପରେ ତାକୁ ଚେକ୍‌ରେ ବ୍ୟବହାର କରି ସୋନପୁର ଏସ୍‌ବିଆଇ ବ୍ୟାଙ୍କରେ କ୍ଲିୟରାନ୍ସ କରିଥିଲେ । ଅପ୍ରେଲ ୭ ତାରିଖରେ ଏମ୍‌ଏସ୍ ନାଚୁରାଲ୍ସ ନାମରେ ଥିବା ଆକାଉଣ୍ଟକୁ ଉକ୍ତ ଟଙ୍କା ଟ୍ରାନ୍ସଫର ହୋଇଥିଲା । ଏମ୍‌ଏସ୍ ନାଚୁରାଲ୍ସ ଆକାଉଣ୍ଟରୁ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ଟଙ୍କା ଯାଇଥିଲା । ଏ ଜାଲିଆତି ବାବଦରେ ଜଣାପଡିବା ପରେ ସୋନପୁର ସିଡିଏମ୍‌ଓ ମେ’ ୧ ତାରିଖରେ ଇଓଡବ୍ଲୁରେ ଅଭିଯୋଗ କରିଥିଲେ । ଏନେଇ ଇଓଡବ୍ଲୁ କେସ୍ ନଂ-୮/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking