28.1 C
Bhubaneswar
Wednesday, April 24, 2024
Homeଓଡିଶାରାଜଧାନୀରେ ଏଥର ବି ଫିକା ପଡ଼ିବ ପାର୍ବଣ : ନିରାଡ଼ମ୍ବର ପୂଜା, ଖାଲି ନୀତିକାନ୍ତି

ରାଜଧାନୀରେ ଏଥର ବି ଫିକା ପଡ଼ିବ ପାର୍ବଣ : ନିରାଡ଼ମ୍ବର ପୂଜା, ଖାଲି ନୀତିକାନ୍ତି

ଭୁବନେଶ୍ୱର:  ଫିକା ପଡ଼ୁଛି ପାର୍ବଣ । ଗତବର୍ଷ ପରି ଚଳିତଥର ବି ରାଜଧାନୀ ଭୁବନେଶ୍ୱରରେ ପାଳନ ହେବନି ପାର୍ବଣ । ଆସିବାକୁ ଥିବା ଲକ୍ଷ୍ମୀ ପୂଜା, କାଳୀ ପୂଜା, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛି । ଚଳିତବର୍ଷ ମଧ୍ୟ କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ପୂଜା ହେବ । ଅକ୍ଟୋବର ଓ ନଭେମ୍ବର ମାସର ପୂଜା ପାର୍ବଣ ନେଇ ଏହି ଗାଇଡ୍‌ଲାଇନ୍ ଜାରି ହୋଇଥିବାବେଳେ ପୂଜା ନିରାଡ଼ମ୍ବର ହେବ ଓ କେବଳ ନୀତିକାନ୍ତି ପାଇଁ ଅନୁମତି ମିଳିବ ବୋଲି ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି । ବିଏମ୍‌ସି ଅଧିନରେ ପୂଜା ପାଇଁ କମିସନରେଟ ପୁଲିସର ଅନୁମତି ଜରୁରୀ । ପୂଜା ସମୟରେ ମଣ୍ଡପରେ ଏକ ସମୟରେ ସର୍ବାଧିକ ୭ ଜଣଙ୍କୁ ଅନୁମତି ମିଳିବ । ପୁଣି ମଣ୍ଡପରେ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଓ ସାନିଟାଇଜ କରାଯିବା ବାଧ୍ୟତାମୂଳକ କରାଯାଇଛି । ଜାରି ଗାଇଡ୍‌ଲାଇନ୍ ଅନୁଯାୟୀ, ଘରେ ଯେମିତି ପୂଜା କରାଯାଇଥାଏ, ସେହିପରି ଭାବରେ ମଣ୍ଡପରେ ମଧ୍ୟ ପୂଚାର୍ଚ୍ଚନା ହେବ । ପୂଜାରେ ଜନସାଧାରଣଙ୍କୁ ସାମିଲ କରାଯିବନାହିଁ । ପୂଜା ମଣ୍ଡପକୁ ୩ ପାର୍ଶ୍ୱରୁ ବନ୍ଦ କରାଯିବ ।

ସମ୍ମୁଖ ପାର୍ଶ୍ୱରେ ଏକ ପରଦା ରହିବ । ଯାହା କେବଳ ଆୟୋଜକ ଓ ପୂଜାରୀଙ୍କ ପାଇଁ ଉପଲବ୍ଧ ରହିବ । ପୂଜା ମଣ୍ଡପକୁ ଭକ୍ତମାନେ ଯାଇପାରିବେ ନାହିଁ । ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ସର୍ବାଧିକ ୪ ଫୁଟ ରହିବ । ପୂଜା ସମୟରେ ସାଧାରଣ ସମାରୋହକୁ ଅନୁମତି ନାହିଁ । ମୂର୍ତ୍ତି ବିସର୍ଜନ ବେଳେ ସର୍ବାଧିକ ୧୦ ଜଣ ସାମିଲ ହୋଇପାରିବେ । ପୂଜା କମିଟି ସୁନିଶ୍ଚିତ କରିବେ ଯେ, ଯେଉଁମାନେ ମୂର୍ତ୍ତି ବସର୍ଜନ କାର‌୍ୟ୍ୟକ୍ରମରେ ଯୋଗଦେବେ ସମସ୍ତେ କୋଭିଡ-୧୯ର ଉଭୟ ଡୋଜ୍ ନେଇଥିବା ଆବଶ୍ୟକ । ପୂଜା ସମୟରେ କୌଣସି ପ୍ରକାରର ଧାର୍ମିକ ଶୋଭାଯାତ୍ରାର ଆୟୋଜନ ହୋଇପାରିବ ନାହିଁ । ସେହିପରି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଅଥବା ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନକୁ ଅନୁମତି ମିଳିବ ନାହିଁ । ସମସ୍ତ ଆୟୋଜକ ଓ ପୂଜକ କୋଭିଡ୍ ଟିକା ନେଇଥିବା ଆବଶ୍ୟକ ।

ପୂଜା ପରେ ଭସାଣ ଉତ୍ସବ ପାଇଁ ଅନୁମତି ମିଳିବ ନାହିଁ, କୃତ୍ରିମ ପୋଖରୀରେ ବିସର୍ଜନ ହେବ ବୋଲି ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି ।
ସେହିପରି ପବିତ୍ର କାର୍ତ୍ତିକ ମାସରେ ହବିଶିଆଳିଙ୍କ ପାଇଁ କଟକଣା ଜାରି ହୋଇଛି । ମାସ ତମାମ ମନ୍ଦିରରେ ଗହଳି କରିବାକୁ ମନା । କାର୍ତ୍ତିକ ପୂର୍ଣ୍ଣିମାରେ ବିନ୍ଦୁସାଗର, ନଦୀ ଘାଟ ଏପରିକି କୌଣସି ଜଳାଶୟରେ ଗହଳି ନକରିବାକୁ ନିର୍ଦେଶ ରହିଛି । ବିଏମସି କମିଶନର ସଞ୍ଜୟ କୁମାର ସିଂଙ୍କ ଦ୍ୱାରା ଗାଇଡ଼ଲାଇନ ଜାରି ହୋଇଛି । ଏଥିରେ ଖିଲାପ ହେଲେ ସମ୍ପୃକ୍ତ ବ୍ୟକ୍ତି ତଥା ସଂଗଠନ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking