ଭୁବନେଶ୍ୱର: ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଗକୁ ଆହୁରୀ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ବାକି ରହିଛି । ହେଲେ ରାଜ୍ୟ ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ନଗଦ ଟଙ୍କା ଜବତ ହେବା ରଜ୍ୟରେ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା କରିବାରେ ବ୍ୟାଘତ ସୃଷ୍ଠି କରିବ ବୋଲି ଚର୍ଚ୍ଚା ହେଉଛି । ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ନେତଙ୍କ କାରରୁ ଲକ୍ଷ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଜଣେ ଠିକାଦାରଙ୍କ ଫର୍ଚୁନର କାରରୁ ୫ କୋଟି ଟଙ୍କା ଜବତ ହୋଇଛି । ସୂଚନା ଯୋଗ୍ୟ ଯେ, ସୋମବାର ବିଳମ୍ୱିତ ରାତିରେ ରାଜଧାନୀର ଭୁବନେଶ୍ୱର ସୂର୍ଯ୍ୟନଗର ଏଲ୍ଆଇସି ଅଫିସ୍ ପାଖରେ ଗୋଟିଏ ଫର୍ଚୁନର କାର ଛିଡ଼ା ହୋଇଥିଲା । ସେହି କାରରେ ଟଙ୍କା ଥିବା ନେଇ ଖବର ପାଇ ଆୟକର ବିଭାଗ ଚଢ଼ଉ କରିଥିଲା । ଚଢ଼ଉ ସମୟରେ କାର ଭିତରେ ୩ଟି ବଡ଼ କଳା ବ୍ୟାଗରେ ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଥିବା ଦେଖିବାକୁ ପାଇଥିଲା । ପରେ ଟଙ୍କା ସମ୍ପର୍କରେ କାର ଭିତରେ ଥିବା ବ୍ୟକ୍ତିଙ୍କୁ ପଚାରିଥିଲା । ହେଲେ ସେମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । କୌଣସି ସନ୍ତୋଷ ଜନକ ଉତ୍ତର ନପାଇବାରୁ ଆୟକର ବିଭାଗ ଟଙ୍କା ଓ କାରକୁ ଜବତ କରିଥିଲା । ଜବତ ହୋଇଥିବା କାରଟି ଯାଜପୁରର ଏ କ୍ଲାସ କଣ୍ଟ୍ରାକ୍ଟର ନିହାର ରଞ୍ଜନ ମାନ୍ଧାତଙ୍କର ବୋଲି ଜଣାପଡିଛି । କଣ୍ଟ୍ରାକ୍ଟରଙ୍କ ଗାଡିରୁ ଏତେ ପରିମାଣର ନଗଦ ଟଙ୍କା ମିଳିବା ପରେ ଜୋରଦାର ସର୍ଚ୍ଚ ଅପରେସନ କରିଛି ଆୟକର ଟିମ । କାରରୁ ଟଙ୍କା ମିଳିବା ପରେ ଆଉ ଅଧିକ ତଥ୍ୟ ପାଇବା ଆଶାରେ ନିହାର ରଞ୍ଜନଙ୍କର ଯାଜପୁରର ୩ଟି, ଧର୍ମଶାଳାର ଗୋଟିଏ ସମେତ ଭୁବନେଶ୍ୱରରେ ଗୋଟିଏ ସ୍ଥାନକୁ ମିଶାଇ ମୋଟ ୫ଟି ସ୍ଥାନରେ ରେଡ୍ ଜାରି ରଖିଛି ଆୟକର ବିଭାଗ । ତେବେ ମିଳିଥିବା ସୂଚନା ଅନୁସାରେ ନିର୍ବାଚନକୁ ଆଖି ଆଗରେ ରଖି କ୍ୟାସ ଫ୍ଲୋ ଉପରେ ନଜର ରଖିଛି ଆୟକର ଟିମ୍ । ଏନେଇ ଅନେକ ହେଭିୱେଟଙ୍କୁ ଟ୍ରାକ କରାଯାଉଛି । ସେହିପରି ଗତ ମେ ୧୧ ତାରିଖରେ ମଧ୍ୟ ବିପୁଳ ଟଙ୍କା ଥିବା ଖବର ପାଇ ଜନୈକ ବିଲଡରଙ୍କ ଘରେ ପଶିଥିଲା ଆୟକର ବିଭାଗ । ଭୁବନେଶ୍ୱରରେ ଶୈଳଶ୍ରୀ ବିହାରର ବିଲଡରଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଥିଲା । ଶୈଳଶ୍ରୀ ବିହାର ତୁଳସୀ ନଗରରେ ଷ୍ଟଲୱାର୍ଟ ବିଲଡର ଘରେ ଆୟକର ବିଭାଗ ଛାନଭିନ କରିଥିଲା । ଏନେଇ ଆୟକର ବିଭାଗର ଅଧିକାରୀ ଘର ସମେତ ଅଫିସରେ ମଧ୍ୟ ଛାନଭିନ ଜାରି ରଖିଛନ୍ତି । ବିଭିନ୍ନ ବଡ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନଜର ରଖିଛି ଆୟକର ବିଭାଗ । ଯାହାର ଆଧାରରେ ରାଡାରକୁ ଆସିଥିଲା ଷ୍ଟଲୱାର୍ଟ ବିଲଡର ସଂସ୍ଥା । ଏନେଇ ନିର୍ବାଚନ ସମୟରେ ବିପୁଳ ଟଙ୍କା ନଗଦ ଥିବା ସନ୍ଦେହରେ ରେଡ କରିଥିଲା ଟିମ୍ । ଇନକମ ଟ୍ୟାକ୍ସର ଚାରିରୁ ପାଞ୍ଚଜଣ ଅଧିକାରୀ ଶୈଳଶ୍ରୀବିହାର ସ୍ଥିତ ତୁଳସୀ ନଗରରେ ଥିବା ତାଙ୍କର ଅଫିସ ତଥା ଘରେ ରେଡ କରିଥିଲା ଟିମ୍ । ଏନେଇ ବିଲଡରଙ୍କ ଘରେ ବିଭିନ୍ନ ଦିଗକୁ ନେଇ ଛାନଭିନ ସହ ନଗଦ ଟଙ୍କା ଖୋଜିଥିଲେ ଆୟକର ଅଧିକାରୀ । ଗତକାଲି ବିଳମ୍ବିତ ରାତୀରେ ଜବତ ହୋଇଥିବା ଟଙ୍କୁ ଆଜି ଅପରାହ୍ନରେ ଆୟକାର ଟିମ୍ ଭୁବନେଶ୍ୱର ସ୍ଥିତ ଏସ୍ବିଆଇ ମୁଖ୍ୟ ଶାଖାକୁ ଯାଇଥିଲା ।