32.1 C
Bhubaneswar
Saturday, May 18, 2024
Homeଓଡିଶାପୁରୀ ଗସ୍ତକରି ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ କାମର ସମୀକ୍ଷା କଲେ ୫-ଟି...

ପୁରୀ ଗସ୍ତକରି ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ କାମର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ପୁରୀ: ପୁରୀ ଗସ୍ତକରି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଏହାପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ । ଶ୍ରୀଜଗନ୍ନାଥ ବଲ୍ଲଭ କମ୍ପ୍ଲେକ୍ସଠାରୁ ଶ୍ରୀମନ୍ଦିର ଦୋଳବେଦୀ କୋଣକୁ ସଂଯୋଗ କରୁଥିବା ନୂତନ ରାସ୍ତା ପାଇଁ ଜମି ଅଧିଗ୍ରହଣ ସମ୍ପର୍କରେ ସମୀକ୍ଷା କରିଛନ୍ତି । ସେହିପରି ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କେତେ ଅଗ୍ରଗତି ହୋଇଛି ତାହାକୁ ମଧ୍ୟ ଅନୁଧ୍ୟାନ କରିଛନ୍ତି । ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଶୀଘ୍ର ରାସ୍ତା କାମ ଶେଷ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ । ବଡ଼ଦାଣ୍ଡରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ହେବାକୁ ଥିବା ଶୀତତାପ ସେଡେଡ଼ ଚଲାପଥ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା ମଧ୍ୟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ରହି ୫-ଟି ଅଧ୍ୟକ୍ଷଙ୍କୁ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking