ନୂଆଦିଲ୍ଲୀ:ଟନେଲ୍ ଭିତରେ ଜୀବନ ସହ ସଂଘର୍ଷକୁ ୯ ଦିନ। ଏବେ ବି ପ୍ରତିଟି ମୁହୂର୍ତ୍ତ ଲଢ଼ୁଛି ମଣିଷ, ପ୍ରତିଟି ସେକେଣ୍ଡ ବାହାରକୁ ଆସିବାକୁ କରୁଛି ଚେଷ୍ଟା। ଉତ୍ତରାଖଣ୍ଡ ଉତ୍ତରକାଶୀରେ ଗତ ରବିବାରରୁ ଟନେଲ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ। ଏମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ରହିଛନ୍ତି।
ସମସ୍ତ ଚେଷ୍ଟା ସତ୍ତ୍ୱେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରିନାହିଁ। ଟନେଲରେ ୬୦ ମିଟର ଭିତରକୁ ପ୍ରାୟ ୧ ମିଟର ଓସାରର ପାଇପ୍ ପୁରାଇ ସେଥିରେ ଶ୍ରମିକମାନଙ୍କୁ ଆଣିବାର ଯୋଜନା କରାଯାଇଛି। କିନ୍ତୁ ପାଇପ ପ୍ରବେଶ କରାଇବା ପାଇଁ ଡ୍ରିଲିଂ କରିବା ସମୟରେ ସମସ୍ୟା ହେଉଛି।
କେତେବେଳେ ଡ୍ରିଲିଂ ମେସିନ ଖରାପ ହେଉଛି ତ କେତେବେଳେ ଡ୍ରିଲିଂ ସମୟରେ ଆହୁରି ମାଟି ଅତଡ଼ା ଧସୁଛି।…ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ।