18.1 C
Bhubaneswar
Saturday, November 23, 2024
Homeବ୍ରେକୀଙ୍ଗରାଜ୍ୟରେ ଆଉ ୪୯୪ କରୋନା ଆକ୍ରାନ୍ତ ଚିହ୍ନଟ : ସର୍ବାଧିକ ଗଞ୍ଜାମ, ସଂଖ୍ୟା ଟପିଲା ୧୫ହଜାର

ରାଜ୍ୟରେ ଆଉ ୪୯୪ କରୋନା ଆକ୍ରାନ୍ତ ଚିହ୍ନଟ : ସର୍ବାଧିକ ଗଞ୍ଜାମ, ସଂଖ୍ୟା ଟପିଲା ୧୫ହଜାର

ଭୁବନେଶ୍ୱର : ରାଜ୍ୟରେ ଆଜି ୪୯୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ହଜାର ୩୯୨କୁ ବୃଦ୍ଧିପାଇଛି । ଚିହ୍ନଟ ହୋଇଥିବା ୪୯୪ଆକ୍ରାନ୍ତଙ୍କ ମଧ୍ୟରୁ ୩୨୨ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବାେବେଳ ୧୭୨ଜଣ ଆକ୍ରାନ୍ତ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଏ ନେଇ ରାଜ୍ୟ ସୂଚନା ଓ ଷଲାକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ସ୍ଥିତି ଅଣାୟତ ହୋଇପଡ଼ିଛି । ଏହାକୁ ପ୍ରାଶସନର ମଧ୍ୟ ଚିନ୍ତା ବଢ଼ିଯାଇଛି ।
ସୂଚନାଯୋଗ୍ୟ, ଆଜି ୨୩ଟି ଜିଲ୍ଲାରୁ ୪୯୪ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୮ଚିହ୍ନଟ ହୋଇଥିବାବେଳ ଯାଜପୁରରୁ ୧୫, ବାଲେଶ୍ୱରରୁ ୨୧, ନୟାଗଡ଼ରୁ ୧୬, କେନ୍ଦ୍ରାପଡ଼ାରୁ ୧୧, ଖୋର୍ଦ୍ଧାରୁ ୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୁରଭଞ୍ଜରୁ ୧୪, ସୁନ୍ଦରଗଡ଼ ଓ କେନ୍ଦୁଝରରୁ ୧୦, ଭଦ୍ରକରୁ ୭ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ସମ୍ବଲପୁରୁ ୪ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୂଆପଡ଼ାରୁ ୯, ପୁରୀରୁ ୭ଜଣ, ବଲାଙ୍ଗୀରରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ, ଜଗତସିଂହପୁର, ଓ ରାୟଗଡ଼ାରେ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ହଜାର ୩୯୨କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୭୯ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୧୦ହଜାର ୪୭୬ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୪ହଜାର ୮୧୩ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ସେହିପରି ଅନ୍ୟ ୨୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲେ ସେମାନେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking