31.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୪ହଜାର ଟପିଲା : ୨୪ଘଣ୍ଟାରେ ସର୍ବାଧିକ ୩୨ହଜାର ୬୯୫ ଆକ୍ରାନ୍ତ...

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୪ହଜାର ଟପିଲା : ୨୪ଘଣ୍ଟାରେ ସର୍ବାଧିକ ୩୨ହଜାର ୬୯୫ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୪ହଜାର ୯୧୫କୁ ବୃଦ୍ଧିପାଇଛି । ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୬୮ହଜାର ୮୭୬କୁ ବୃଦ୍ଧିପାଇଛି । ୨୪ଘଣ୍ଟାରେ ସର୍ବାଧିକ ୩୨ହଜାର ୬୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୬୬ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ଦେଶରେ ୩ଲକ୍ଷ ୩୧ହଜାର ୧୪୬ଜଣ କରୋନା ଆକ୍ରାନ୍ତ ଚିକିତ୍ସୀତ ଥିବାବେଳେ ୬ଲକ୍ଷ ୧୨ହଜାର ୮୧୫ଜଣ ଆପକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୨ଲକ୍ଷ ୭୫ହଜାର ୬୪୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦ହଜାର ୯୨୮ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି  – ଆନ୍ଧ୍ରପ୍ରଦେଶରେ – ୪୫୨ ଜଣ, ଅରୁଣାଚଳ ପ୍ରଦେଶରେ – ୩ ଜଣ, ଆସାମରେ – ୪୬ ଜଣ, ବିହାରରେ – ୧୮୦ ଜଣ, ଚଣ୍ଡିଗଡ଼ରେ – ୧୧ ଜଣ, ଛତିଶଗଡ଼ରେ – ୨୦ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ – ୨ଜଣ, ଦିଲ୍ଲୀରେ – ୩୪୮୭ ଜଣ, ଗୋଆରେ – ୧୮ ଜଣ, ଗୁଜରାଟରେ – ୨୦୭୯ ଜଣ, ହରିୟାଣାରେ – ୩୧୯ ଜଣ, ହିମାଚଳ ପ୍ରଦେଶରେ – ୧୧ ଜଣ, ଜମ୍ମୁ ଓ କଶ୍ମୀରରେ – ୨୦୬ ଜଣ, ଝାଡ଼ଖଣ୍ଡରେ – ୩୮ ଜଣ, କର୍ଣ୍ଣାଟକରେ – ୯୨୮ ଜଣ, କେରଳରେ – ୩୫ ଜଣ, ଲଦାଖରେ – ୧ ଜଣ, ମଧ୍ୟପ୍ରଦେଶରେ – ୬୮୨ ଜଣ, ମହାରାଷ୍ଟ୍ରରେ – ୧୦୯୨୮ ଜଣ, ମେଘାଳୟରେ – ୨ ଜଣ, ଓଡ଼ିଶାରେ – ୭୯ ଜଣ, ପୁଦ୍ଦୁଚେରୀରେ – ୨୧ ଜଣ, ପଞ୍ଜାବରେ – ୨୨୧ ଜଣ, ରାଜସ୍ଥାନରେ – ୫୩୦ ଜଣ, ତାମିଲନାଡୁରେ – ୨୧୬୭ ଜଣ, ତେଲେଙ୍ଗାନାରେ – ୩୮୬ ଜଣ, ତ୍ରିପୁରାରେ – ୩ ଜଣ, ଉତ୍ତରାଖଣ୍ଡରେ – ୫୦ ଜଣ, ଉତ୍ତରପ୍ରଦେଶରେ – ୧୦୧୨ ଜଣ ଏବଂ ପଶ୍ଚିମବଙ୍ଗରେ – ୧୦୦୦ ଜଣ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking