29.4 C
Bhubaneswar
Monday, May 19, 2025
Homeଓଡିଶାରେଳବାଇ ପୁଲିସ୍ ପକ୍ଷରୁ ୪୭ଜଣ ଶ୍ରମିକ ଉଦ୍ଧାର

ରେଳବାଇ ପୁଲିସ୍ ପକ୍ଷରୁ ୪୭ଜଣ ଶ୍ରମିକ ଉଦ୍ଧାର

ରାୟଗଡ଼ା : ଗତ ୧ମାସ ହେବ କରୋନା ଭୟ ଯୋଗୁଁ ବିଭିନ୍ନ ସ୍ଥାନରେ ବହୁ ଶ୍ରମିକମାନେ ଫସି ରହିଛନ୍ତି । ଏହି ତାଲା ବନ୍ଦ ଅବଧି ଦିନକୁ ଦିନ ବଢ଼ି ଚାଲିଛି । ତେବେ ଶ୍ରମିକମାନେ ଘରକୁ ଫେରିବା ପାଇଁ ନାନା ବାଟ ଖୋଜୁଛନ୍ତି । ହେଲେ କୌଣସି ଉପାୟ ନପାଇ ସୀମା ପାର୍ ପାଇଁ ଗଳାବାଟ ସଜାଇଛନ୍ତି ରେଳ ଲାଇନକୁ । ଏହି ବାଟ ଦେଇ ଏବେ ଅନେକ ଶ୍ରମିକ ନିଜନିଜ ଅଞ୍ଚଳକୁ ଫେରୁଛନ୍ତି ବୋଲି ସୂଚନାରୁ ପ୍ରକାଶ । ଏହି କ୍ରମରେ ଆଜି ଆନ୍ଧ୍ରପ୍ରଦେଶ ବିଜୟନଗରରୁ ଓଡ଼ିଶାର ବରଗଡ଼ ସମ୍ବଲପୁରକୁ ରେଳଧାରଣାରେ ଚାଲିଚାଲି ଆସୁଥିବା ୪୭ ଜଣ ଶ୍ରମିକଙ୍କୁ ଧରିଛି ରାୟଗଡ଼ା ରେଳବାଇ ପୁଲିସ । ଏହି ଶ୍ରମିକମାନେ ଟ୍ରେନ୍‌, ଟ୍ରକ୍‌ରେ ଚାଲିଚାଲି ଆସୁଥିବା ଖବର ପାଇ ରେଳବାଇ ପୁଲିସ ରାୟଗଡ଼ା-ଆନ୍ଧ୍ର ସୀମାନ୍ତ ଜେମାଦେଇପେଣ୍ଠ ନିକଟରେ ଏମାନଙ୍କୁ ଅଟକାଇଥିଲା । ତଦନ୍ତ ବେଳେ ଏମାନେ ଆନ୍ଧ୍ରପ୍ରଦେଶ ବିଜୟନଗରରେ ଏକ ପ୍ଲାଇଉଡ୍ କାରଖାନାରେ କାମ କରୁଥିବା ଜଣାଯାଇଛି । ଲକ୍ ଡାଉନ୍ ପରେ ଏହି କାରଖାନା ବନ୍ଦ ହୋଇଯିବାରୁ ଏହାର ମାଲିକ ଶ୍ରମିକମାନଙ୍କୁ ମଜୁରୀ ଦେଇନଥିଲା । ଖାଦ୍ୟପେୟ ଅଭାବରୁ ଏହି ଶ୍ରମିକ ମାନେ ବାଧ୍ୟ ହୋଇ ରେଳ ଧାରଣାରେ ଚାଲିଚାଲି ନିଜ ଘରକୁ ଯାଉଥିବା ବେଳେ ସେମାନଙ୍କୁ ରେଳ ସୁରକ୍ଷା ପୁଲିସ୍ ଉଦ୍ଧାର କରି ସ୍ଥାନୀୟ ଶେଷଖାଲ ଥାନାରେ ହସ୍ତାନ୍ତର କରିଥିବା ରେବାଇ ସୁରକ୍ଷା ଅଧିକାରୀ ଡିଏନ୍ ତ୍ରିଲୋକ ସୂଚନା ଦେଇଛନ୍ତି । ଧରା ପଡିିଥିବା ଏହି ୪୭ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ସଂଗରୋଧ କେନ୍ଦ୍ରକୁ ପଠାଯାଇଥିବା ଶ୍ରୀ ତ୍ରିଲୋକ ସୂଚନା ଦେଇଛନ୍ତି ।
ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ରାଜ୍ୟର ଶ୍ରମିକମାନେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରେ ଥିବା ଶିଳ୍ପସଂସ୍ଥାରେ ଶ୍ରମିକ ଭାବେ କାମ କରି ନିଜ ପେଟ ପାଟଣା କରୁଥିବା ବେଳେ ତାଲା ବନ୍ଦ ପରଠାରୁ ସମସ୍ତଙ୍କ ଜୀବନଜୀବିକାର ଉପାର୍ଜନ ପନ୍ଥା ଠପ୍ ହୋଇଯାଇଛି । ଓଡ଼ିଶା ଆନ୍ଧ୍ରର ସୀମାବର୍ତ୍ତି ଜିଲ୍ଲା ରାୟଗଡ଼ା ହୋଇଥିବା ବେଳେ ଏହି ଶ୍ରମିକ ମାନେ ପ୍ରତିଦିନ ରାୟଗଡ଼ା ଦେଇ ପଡ଼ୋଶୀ ରାଜ୍ୟକୁ ଯାଉଥିବା ଦେଖିବାକୁ ମିଳୁଛି । ଏମାନଙ୍କୁ ପୁଲିସ୍ ଉଦ୍ଧାର କରି ସଂଗରୋଧ କେନ୍ଦ୍ରକୁ ପଠାଉଛି । ତାଲାବନ୍ଦ ସମୟରେ ଏମାନେ ଦୁଇଓଳିଏ ଖାଇବାକୁ ନପାଇ ଶେଷରେ ଶତାଧିକ କିଲୋମିଟର ଚାଲିଚାଲି ଘରକୁ ଫେରିବା ପାଇଁ ବାଧ୍ୟ ହେଉଛନ୍ତି । ଏଭଳି ସ୍ଥିତିରେ ଆନ୍ଧ୍ରପ୍ରଶାସନ ଏମାନଙ୍କୁ ଘରକୁ ଫେରିଯିବାର ବାଟ ଦେଖାଉଥିବା ରେଳ ଧାରଣାରେ ଚାଲିଚାଲି ଆସି ରେଲୱେ ପୁଲିସ ଦ୍ୱାରା ଉଦ୍ଧାର ହୋଇଥିବା କିଛି ଶ୍ରମିକ ସୂଚନାରୁ ଜଣାପଡ଼ିଛି । ସେପଟେ ଆନ୍ଧ୍ର ରାଜ୍ୟରେ କୋରନା ପରିସ୍ଥିତି ଭୟାବହ ହୋଇଥିବାବେଳେ ଉକ୍ତ ଅଞ୍ଚଳରୁ ଶତାଧିକ ମାତ୍ରରେ ଦାଦନ ଶ୍ରମିକମାନେ ରାୟଗଡ଼ାକୁ ଅବାଧ ପ୍ରବେଶ କରୁଥିବାରୁ ଜିଲ୍ଲାରେ ସଂକ୍ରମଣ ଚିନ୍ତାର ଆଶଙ୍କା ବଢ଼ିଛି । ଏନେଇ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରବଣା ବିବେକ ଏମ୍ ସୀମା ସୁରକ୍ଷା ସଂକ୍ରାନ୍ତରେ ପଡ଼ୋଶୀ ରାଜ୍ୟ ଶ୍ରୀକାକୁଲମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହିତ ନିରନ୍ତର ଯୋଗାଯୋଗ ସ୍ଥାପନ କରିବା ସହ ଚିଠି ମାଧ୍ୟମରେ ମଧ୍ୟ ଶ୍ରୀକାକୁଲମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ସୂଚିତ କରିଥିବା ସୂଚନା ଦେଇଛନ୍ତି । ତେବେ ଉଦ୍ଧାର ହୋଇଥିବା ଶ୍ରମିକଙ୍କ ଏଭଳି ମନ୍ତବ୍ୟର ସତ୍ୟତା ଯାଞ୍ଚ କଲା ପରେ କୌଣସି ପ୍ରତିକ୍ରିୟା ଦେବା ଠିକ୍ ହେବ ନାହିଁ ବୋଲି ଜିଲ୍ଲା ଆରକ୍ଷୀ ଶ୍ରବଣା ବିବେକ ଏମ୍ ମତବ୍ୟକ୍ତ କରିଛନ୍ତି । ଅନ୍ୟପଟେ କରୋନା ମହାମାରୀ ଭୂାତଣୁକୁ ପ୍ରତିହତ କରିବା ସକାଶେ ସରକାର ତାଲାବନ୍ଦ କଟକଣା ଲାଗୁ କରିଥିବାରୁ ରାୟଗଡ଼ା ସୀମାରେ ଯାଞ୍ଚର କଡ଼ାକଡ଼ି ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୀମାନ୍ତ କେରେଡାଠାରେ ଆନ୍ଧ୍ରପଟୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ଓ ଭାରିଯାନ ବାହନ କଡ଼ା ଯାଞ୍ଚ ପରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଥିବା ବେଳେ ସେପଟୁ ଆସୁଥିବା ଶ୍ରମିକମାନେ ସଡ଼କ ପଥ ଛାଡ଼ି ରେଳ ଲାଇନ ଯୋଗେ ରାୟଗଡ଼ାରେ ପ୍ରବେଶ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking