28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶସୁଡଙ୍ଗରୁ ବାହାରିବେ ୪୧ ଶ୍ରମିକ, ଉତ୍ତରାଖଣ୍ଡ ଗଲେ ଶ୍ରମମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ଟିମ୍

ସୁଡଙ୍ଗରୁ ବାହାରିବେ ୪୧ ଶ୍ରମିକ, ଉତ୍ତରାଖଣ୍ଡ ଗଲେ ଶ୍ରମମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ଟିମ୍

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ନିର୍ମାଣାଧୀନ ସିଲ୍କିୟାରା ସୁଡଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯେଉଁଥିରେ ଓଡିଶାର ୫ ଶ୍ରମିକ ରହିଛନ୍ତି। ଏବେ ସଂପୃକ୍ତ ଶ୍ରମିକଙ୍କ ପରିବାର ଲୋକଙ୍କୁ ନେଇ ରାଜ୍ୟ ସରକାରଙ୍କ ଶ୍ରମ ମନ୍ତ୍ରୀ ଏବଂ ଏକ ଉଚ୍ଚ ସ୍ତରୀୟ ଟିମ୍ ଉତ୍ତରାଖଣ୍ଡ ଯାଉଛନ୍ତି। ଶ୍ରମମନ୍ତ୍ରୀ ସାରଦା ନାୟକଙ୍କ ନେତୃତ୍ବରେ ଯାଇଥିବା ଏହି ଟିମ୍ ଆଶା ରଖିଛି ଯେ ସମସ୍ତ ଶ୍ରମିକଙ୍କ ସହିତ ଓଡିଆ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହେବେ। ମନ୍ତ୍ରୀଙ୍କ ସହିତ ଫସି ରହିଥିବା ଶ୍ରମିକଙ୍କ ଜଣେ ଲେଖାଏଁ ସଂପର୍କୀୟ, ରାଜ୍ୟ ସରକାରଙ୍କ ଉଦ୍ଧାରକାରୀ ଟିମ୍ ଏବଂ ବରିଷ୍ଠ ଅଧିକାରୀ। ଏବେ ଆମେରିକୀୟ ମେସିନ୍ ଖରାପ ହୋଇଯିବାରୁ ଡ୍ରିଲିଂରେ ଅସୁବିଧା ହେଉଛି। ତେଣୁ ବର୍ତ୍ତମାନ ମାନୁଆଲ ଡ୍ରିଲିଂ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅର୍ଥାତ୍ ବର୍ତ୍ତମାନ ହାତରେ ଖୋଳାଯାଇ ଆବର୍ଜନାଗୁଡିକ ହଟାଯିବ। ଅର୍ଥାତ ପ୍ରାୟ ୧୪ରୁ ୧୫ ଘଂଟା ସମୟ ଲାଗିବ ବୋଲି କୁହାଯାଉଛି। ଏଭଳି ପରିସ୍ଥିତିରେ ଟନେଲରେ ଫସି ରହିଥିବା ଶ୍ରମିକଙ୍କ ଜୀବନ ଆଗାମୀ ୧୫ ଘଣ୍ଟା ପାଇଁ ପୁଣି ଥରେ ଖୋଲା ଆକାଶ ତଳକୁ ଆସିବାକୁ ଅପେକ୍ଷା କରିବେ। ମାନୁଆଲ ଡ୍ରିଲିଂ ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ଅଛି। ଏହି ଉଦ୍ଧାର କାର୍ଯ୍ୟ ଉପରେ ସମଗ୍ର ଦେଶର ନଜର ରହିଛି ଏବଂ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଅଛି ଯେ ୧୫ ମିଟର ଦୂରତା କେବେ ଶେଷ ହେବ? ଗତ ୨ ଦିନ ଧରି ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରାଯାଉଛି, କିନ୍ତୁ ଡ୍ରିଲିଂ ମେସିନରେ ତ୍ରୁଟି ଥିବାରୁ ଉଦ୍ଧାର କାର୍ଯ୍ୟକୁ ବାରମ୍ବାର ବନ୍ଦ କରିବାକୁ ପଡୁଛି। ବେଳେବେଳେ ପଥର ଏବଂ ବେଳେବେଳେ ଆବର୍ଜନା ମେସିନ୍ ଆଗକୁ ଆସୁଛି। ସିଲକିୟାରା ଟନେଲରେ ଜୀବନ ଓ ମୃତ୍ୟୁ ମଧ୍ୟରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ୧୯ଟି ସଂସ୍ଥା ନିୟୋଜିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking