26.1 C
Bhubaneswar
Friday, January 24, 2025
Homeଓଡିଶାରାଜ୍ୟରେ ୮ ବର୍ଷରେ ୪୧ ହାଜତ ମୃତ୍ୟୁ

ରାଜ୍ୟରେ ୮ ବର୍ଷରେ ୪୧ ହାଜତ ମୃତ୍ୟୁ

ଭୁବନେଶ୍ୱର: ୨୦୧୫ ରୁ ୨୦୨୨ ଜୁଲାଇ ଶେଷ ସୁଦ୍ଧା ରାଜ୍ୟରେ ୪୧ଟି ଥାନାରେ ହାଜତ ମୃତ୍ୟ ଘଟଣା ଘଟିଛି । ଏ ନେଇ ରାଜ୍ୟ ପୁଲିସ ବିଭାଗର ମାନବିକ ଅଧିକାର ସେଲ ପକ୍ଷରୁ ଆରଟିଆଇରେ ମାଗାଯାଇଥିବା ତଥ୍ୟ ପ୍ରଦାନ କରାଯାଇଛି । ଅର୍ଥାତ ସାତ ବର୍ଷ ଭିତରେ ୪୧ ଜଣ ହାଜତ ମୃତ୍ୟର ଶୀକାର ହୋଇଛନ୍ତି । ୨୦୧୫ ରେ ସର୍ବାଧିକ ୮ଟି ହାଜତ ମୃତ୍ୟ ଘଟଣା ଘଟିଥିଲା ବୋଲି ପୋଲିସ ପ୍ରଶାସନ ର ମାନବିକ ଅଧିକାର ସେଲ ପକ୍ଷରୁ ମାନବିକ ଅଧିକାର କର୍ମୀ ବିଶ୍ୱପ୍ରୀୟ କାନୁନଗୋଙ୍କୁ ଆରଟଇଆଇ ଜରିଆରେ ତଥ୍ୟ ପ୍ରଦାନ କରାଯାଇଛି । ୨୦୧୯ ଓ ୨୦୨୦ ରେ ୭ଟି ହାଜତ ମୃତ୍ୟ ଘଟିଥିବା ବେଳେ ୨୦୨୧ ରେ ୫ଟି ଓ ୨୦୧୭ ଓ ୨୦୧୮ ୩ଟିି ଲେଖାଏଁ ହାଜତ ମୃତ୍ୟ ଘଟିଥିଲା ।୨୦୧୬ ଓ ୨୦୨୨ ଜୁଲାଇ ଶେଷ ସୁଦ୍ଧା ୪ଟି ଲେଖାଏଁ ହାଜତ ମୃତୁ ଘଟିଥିଲା ।

୨୦୧୫-୨୦୨୨ ଭିତରେ ରାଜ୍ୟରେ କେତେ ହାଜତ ମୃତ୍ୟ ଘଟଣା ଘଟିଥିଲା, ସେଥିରୁ କେତୋଟି ଜାତୀୟ ମାନବିକ ଅଧିକାର କମିଶନ ଓ ରାଜ୍ୟ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତେବେ କେଉଁ ଘଟଣା ରେ କେତେ କ୍ଷତିପୂରଣ ପ୍ରଦାନ କରାଯାଇଛି, କେଉଁ ସବୁ ଘଟଣାରେ କେଉଁ ମାନଙ୍କ ବିରୁଧରେ ଶୃଙ୍ଖଳାଗତ ଓ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ପ୍ରତି ହାଜତ ମୃତ୍ୟ ଘଟାଣାର ସଂକ୍ଷିପ୍ତ ବିବରଣୀ ପ୍ରଦାନ ପାଇଁ ଯଦିଓ ତଥ୍ୟ ମଗାଯାଇଥିଲା ସମ୍ପୂର୍ଣ ତଥ୍ୟ ପ୍ରଦାନ କରାଯାଇନାହିଁ । ପ୍ରକୃତ ତଥ୍ୟ ସର୍ବସାଧାରଣରେ ପ୍ରଘଟ ନ ହେଉ ସେହି ଉଦେଶ୍ୟରେ ତଥ୍ୟ ଲୁଚା ଯାଉଛି ବୋଲି ଶ୍ରୀ କାନୁନଗୋ ଅଭିଯୋଗ କରିବା ସହ ଏହା ବିରୁଧରେ ସେ ସୂଚନା କମିଶନ ଓ ଉପଯୁକ୍ତ ସ୍ତର ରେ ପ୍ରଥମ ଅପିଲ କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking