37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶପ୍ରବଳ ବର୍ଷାରେ କୋଠା ଭୁଷୁଡ଼ି ୧୧ ମୃତ୍ୟୁ

ପ୍ରବଳ ବର୍ଷାରେ କୋଠା ଭୁଷୁଡ଼ି ୧୧ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇରେ ମୌସୁମୀ ଆରମ୍ଭ ହେବା ସହିତ ଏକ ବଡ ଅଘଟଣ ଘଟିଯାଇଛି । ବୁଧବାର ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହେବା କାରଣରୁ ମଲାଡ ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ୪ ମହଲା କୋଠା ଭୁଶୁଡି ପଡିଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହା ସହିତ ନିକଟରେ ଥିବା ଆଉ ୨ଟି ବିଲ୍ଡିଂ ମଧ୍ୟ ଭୁଶୁଡିପଡିଛି । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଏଥିସହିତ ଉଦ୍ଧାର କର୍ମଚାରୀଙ୍କ ଦ୍ୱାରା ୧୫ ଜଣଙ୍କୁ ଅଳିଆରୁ ଉଦ୍ଧାର କରାଯାଇଛି । ଏଥିରେ ଶିଶୁ ଏବଂ ମହିଳା ଥିବା ଜଣାପଡିଛି । ଘଟଣାର କିଛି ସମୟ ପରେ ଅଗ୍ନିଶମ ବାହିନୀ ଦଳ ଓ ବିଏମସି ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଲୋକଙ୍କୁ ଉଦ୍ଧାର କରିବା ପାଇଁ ତୁରନ୍ତ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଏମସି କହିଛି ଯେ ଦୁର୍ଘଟଣା ପରେ ଆଖପାଖ କୋଠାଗୁଡ଼ିକୁ ତୁରନ୍ତ ଖାଲି କରାଯାଇଛି । ଏହା ସହ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking