29.1 C
Bhubaneswar
Thursday, May 7, 2026
Homeଦେଶ ବିଦେଶ୪ ଆତଙ୍କବାଦୀଙ୍କ ସ୍କେଚ୍ ଜାରି; ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା

୪ ଆତଙ୍କବାଦୀଙ୍କ ସ୍କେଚ୍ ଜାରି; ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା

ଶ୍ରୀନଗର: ଜମ୍ମୁ କାଶ୍ମୀର ପୁଲିସ ପକ୍ଷରୁ ଆଜି ୪ କୁଖ୍ୟାତ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରାଯାଇଛି। ଏମାନେ କଠୁଆ ଅଞ୍ଚଳରେ ଲୁଚିଥିବା ପୁଲିସ ସନ୍ଦେହ କରୁଛି। ତେଣୁ ଏମାନଙ୍କୁ ଧରିବା ପାଇଁ ସ୍କେଚ୍ ଜାରି କରି ଲୋକଙ୍କୁ ସତର୍କ କରାଇଛି ପୁଲିସ। ଏଥିସହ ଏମାନଙ୍କ ନାଁରେ ମଧ୍ୟ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। ପ୍ରକାଶ, ଗତମାସ କଠୁଆ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଉପରେ ବଡ଼ ଧରଣର ଆତଙ୍କୀ ହମଲା ହୋଇଥିଲା।

ଏଥିରେ ୫ ଯବାନ ସହିଦ୍ ହୋଇଥିଲେ। ସେହିପରି ବେଶ୍ କିଛି ଦିନ ଧରି ଆଖପାଖ ଜିଲ୍ଲାରେ ମଧ୍ୟ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ପରିଲକ୍ଷିତ ହେଉଛି। ଶନିବାର ମଧ୍ୟ ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏସବୁ ମଧ୍ୟରେ କଠୁଆ ଜିଲ୍ଲାରେ କିଛି ଆତଙ୍କବାଦୀ ଲୁଚିଥିବା ସନ୍ଦେହ କରୁଛି ପୁଲିସ। ସେମାନଙ୍କୁ ଧରିବା ପାଇଁ ଜମ୍ମୁ କାଶ୍ମୀର ପୁଲିସ ଏହି ସ୍କେଚ୍ ଜାରି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking