କୋଲ୍କାତା : ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରରେ କଥିତ ଭାବେ ଜଣେ ନାବାଳିକାର ଶବ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେବା ଅଭିଯୋଗରେ ଏଏସ୍ଆଇ ର୍ୟାଙ୍କ୍ର ଚାରିଜଣ ପୁଲିସ ଅଧିକାରୀ ସସ୍ପେଣ୍ଡ ହୋଇଛନ୍ତି ।
ରାୟଗଞ୍ଜ ଏସ୍ପି ସନା ଅଖ୍ତର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ବିଭାଗୀୟ ତଦନ୍ତର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଏପ୍ରିଲ୍ ୨୦ ତାରିଖରେ ଜଣେ ନାବାଳିକାର ଶବ କାଲିୟାଗଞ୍ଜସ୍ଥିତ କେନାଲରେ ଭାସୁଥିବା ଅବସ୍ଥାରେ ମିଳିଥିଲା । ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗରେ ସ୍ଥାନୀୟ ଲୋକମାନେ ଟାୟାର୍ ଜଳାଇ ରାସ୍ତା ଜାମ୍ କରିଥିଲେ । ଏହା ସହିତ କେତେକ ଦୋକାନରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ ।