32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଶ୍ବାସୁରଦ୍ଧରେ ଚାଲିଗଲା ୪ ଜଣଙ୍କ ଜୀବନ

ଶ୍ବାସୁରଦ୍ଧରେ ଚାଲିଗଲା ୪ ଜଣଙ୍କ ଜୀବନ

ଲକ୍ଷ୍ନୌଉତ୍ତରପ୍ରଦେଶ ସୀତାପୁର ଅଞ୍ଚଳରେ ଶ୍ବାସୁରଦ୍ଧ ହୋଇ ଅକାଳରେ ଚାଲିଗଲା ୪ ଜଣଙ୍କ ଜୀବନ । ଏହି ୪ ଜଣ ମୃତକ ଗୋଟିଏ ପରିବାରର । ସୀତାପୁର ମୋହଲ୍ଲା ଅଞ୍ଚଳରେ ସ୍ବାମୀ, ସ୍ତ୍ରୀଙ୍କ ସମେତ ୨ ସନ୍ତାନଙ୍କ ମଧ୍ୟ ମୃତ୍ୟୁ ଘଟିଛି । ରାତିରେ ଗ୍ୟାସ ହିଟର ଲଗାଇଥିବା ଯୋଗୁଁ ଶ୍ବାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ଘଟିଥିବା ପୋଲିସ ସବ ଇନିସପେକ୍ଟର ଅଭିଷେକ ପ୍ରତାପ କହିଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ମହମ୍ମଦ ଅସିଫ ବୋଲି ଜଣାପଡ଼ିଛି, ଯିଏକି ଜଣେ ଉର୍ଦ୍ଦୁ ଶିକ୍ଷକ ଥିଲେ । ସେ ସଦରପୁରସ୍ଥିତ ମଦରସାରେ ପାଠ ପଢାଉଥିଲେ । ଶନିବାର ରାତିରେ ନିଜ ପରିବାର ସହିତ ଥିଲେ । ମାତ୍ର ରବିବାର ସକାଳେ ସେମାନଙ୍କ ଘରୁ କେହି ବାହାରକୁ ବାହାରିନଥିଲେ । ଏ ନେଇ ପଡୋଶୀଙ୍କ ସନ୍ଦେହ ହୋଇଥିଲା ।

ପଡୋଶୀ ମଧ୍ୟ ସକାଳେ ସେମାନଙ୍କୁ ଡାକିଥିଲେ । ହେଲେ କୌଣସି ପ୍ରତିକ୍ରିୟା ନମିଳିବା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ କସବା ଇନଚାର୍ଜ କୃଷ୍ଣ କୁମାର ନିଜ ଟିମ ସହିତ ସେଠାରେ ପହଞ୍ଚିଥିଲେ । ଏହାପରେ ସେମାନେ କବାଟ ଭାଙ୍ଗି ଗୃହ ମଧ୍ୟକୁ ପ୍ରବେଶ କରିବାକୁ ପ୍ରୟାସ କରିଥିଲେ । ମାତ୍ର ଅସଫଳ ହେବାରୁ ଛାତ ଉପରେ ଏକ ରାସ୍ତା ଦେଇ ଘର ମଧ୍ୟକୁ ପ୍ରବେଶ କରିଥିଲେ । ଗୃହ ମଧ୍ୟରେ ମହମ୍ମଦ ଅସିଫଙ୍କ ସମେତ ପତ୍ନୀ ଶଗୁଫ୍ତା ଓ ୨ ଶିଶୁ ଅଚେତ ଅବସ୍ଥାରେ ପଡ଼ିଥିଲେ । ଏହାପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ପରିବାରର ସମସ୍ତ ୪ ସଦସ୍ୟଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking