30.1 C
Bhubaneswar
Wednesday, May 21, 2025
Homeଓଡିଶାଖୋଲିଲା ହୀରାକୁଦର ଆଉ ୪ ଗେଟ୍‍

ଖୋଲିଲା ହୀରାକୁଦର ଆଉ ୪ ଗେଟ୍‍

ଭୁବନେଶ୍ୱର : ଉପରମୁଣ୍ଡରେ ବର୍ଷା ଓ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି କାରଣରୁ ଆଉ ୪ଟି ଗେଟ୍‍ ଆଜି ଖୋଲା ଯାଇଛି। ବର୍ତ୍ତମାନ ମୋଟ ୨୪ଟି ଗେଟ୍‍ ଦେଇ ଜଳନିଷ୍କାସନ ଜାରି ରହିଛି। ବାମ ପଟରୁ ୧୬ଟି ଓ ଡାହାଣ ପଟୁ ୮ଟି ଗେଟ୍‍ ଖୋଲାଯାଇଛି।
ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାକୁ ଲାଗିଛି। ତେବେ ଏହା ମଧ୍ୟରେ ଆଗାମୀ ୧୨ ଘଣ୍ଟାରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ମିଳିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ। ଫଳରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ୧୪ ଜିଲାରେ ପ୍ରବଳ ବର୍ଷା ହେବ। ଅଗଶିଷ୍ଟ ୧୬ ଜିଲାରେ ମଧ୍ୟ ଲଘୁଚାପଜନିତ ବର୍ଷା ଲାଗି ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking