26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଗୋଟିଏ ପରିବାରର ୪ ସଦସ୍ୟ ହାରିଲେ ଜୀବନ

ଗୋଟିଏ ପରିବାରର ୪ ସଦସ୍ୟ ହାରିଲେ ଜୀବନ

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ବାରାଣସୀରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ସାମୂହିକ ଭାବେ ଜୀବନ ହାରିଛନ୍ତି। ଏହି ଘଟଣା ଗୁରୁବାର ସନ୍ଧ୍ୟାରେ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ୩ ଜଣ ପୁରୁଷ ଅଛନ୍ତି। ଜୀବନ ହାରିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ବାରାଣସୀସ୍ଥିତ କୈଳାଶ ଭବନର ତୃତୀୟ ମହଲାରେ ଏହି ଘଟଣା ଘଟିଛି। ଏଠାରେ ଜଣେ ମହିଳା ଏବଂ ୩ ଜଣ ପୁରୁଷ ବେକରେ ଫାଶୀ ଲଗାଇ ଝୁଲି ପଡ଼ିଛନ୍ତି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ମୃତକମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

ପ୍ରାଥମିକ ସୂଚନା ଅନୁସାରେ, ମୃତକମାନେ ଆନ୍ଧ୍ର ପ୍ରଦେଶର ବାସିନ୍ଦା। ଏ ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ କୈଳାଶ ଭବନରେ ରହୁଥିବା ଲୋକଙ୍କୁ ପଚରାଉଚରା କରୁଛି। ଘଟଣାସ୍ଥଳରେ ଫରେନ୍‌ସିକ ଟିମ୍‌ ମଧ୍ୟ ପହଞ୍ଚିଛି। ମୃତଦେହଗୁଡ଼ିକୁ ଜବତ କରାଯାଇଥିବା ବେଳେ ପୋଲିସ କିନ୍ତୁ ଘଟଣା ସମ୍ପର୍କରେ ଅଧିକ ସୂଚନା ଦେଇନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking