31.1 C
Bhubaneswar
Sunday, May 19, 2024
Homeଓଡିଶା୪ ନକଲି ମାଓବାଦୀ ଗିରଫ

୪ ନକଲି ମାଓବାଦୀ ଗିରଫ

ରାୟଗଡ଼ା: ରାୟଗଡ଼ାରୁ ୪ ନକଲି ମାଓବାଦୀଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ୨ ମହିଳା ଥିବା ଜଣାପଡିଛି ।ଅଭିଯୁକ୍ତମାନେ ମାଓବାଦୀଙ୍କ ନାମରେ ଚିଠି ଓ ହତ୍ୟା ଧମକ ଦେଉଥିଲେ । ଗିରଫ ୪ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା ଦେଇଛନ୍ତି ଏସ୍‌ପି ବିବେକାନନ୍ଦ ଶର୍ମା । ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜିଲା କଲମପୁର ଥାନା ଅଞ୍ଚଳର ଯଶୋବନ୍ତ ନାଏକ(୨୭) ଓ ବର୍ଷା ନାଏକ(୨୫), କାଶୀପୁର ଥାନା ମାଳିଗାଁର ରମେଶ ନାଏକ(୩୨) ଏବଂ ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ବୁନ୍ଦିଆ କଲୋନୀର କଲ୍ୟାଣୀ ପଞ୍ଚଭୟା(୩୦) । ଅଭିଯୁକ୍ତମାନଙ୍କଠାରୁ ୪ ଟି ମୋବାଇଲ ଫୋନ୍ ଓ ୨ଟି ମାଓବାଦୀ ଚିଠି ଜବତ କରାଯାଇଛି ।

ସୂଚନା ଅନୁଯାୟୀ, କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ଅଧୀନ ଡିମୁଣ୍ଡି ଗ୍ରାମର ପରମାନନ୍ଦ ନାଏକଙ୍କୁ ମାଓବାଦୀଙ୍କ ପକ୍ଷରୁ ଏକ ଚିଠି ଆସିଥିଲା । ଉକ୍ତ ଚିଠିରେ ତାଙ୍କୁ ୬୦ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା । ଏଥିସହ ଏକ ଅଜଣା ନମ୍ବରରୁ ତାଙ୍କୁ ଫୋନ୍ କଲ୍ କରି ୬୦ ଲକ୍ଷ ଟଙ୍କା ଦିଅ ନଚେତ୍ ଜୀବନରେ ମାରିଦେବାକୁ ଧମକ ମିଳିଥିଲା । ଏହାପରେ ଏ ନେଇ ସେ ଦୋରାଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରିଥିଲା । ତଦନ୍ତରୁ ଏଥିରେ ୪ ଜଣ ସଂପୃକ୍ତି ଥିବା ପୋଲିସ ଜାଣି ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking