26.1 C
Bhubaneswar
Thursday, April 10, 2025
Homeଓଡିଶାସରପଞ୍ଚ ସମେତ ୪ ମିଲିସିଆ ଗିରଫ : ପିସ୍ତଲ ଓ ଗୁଳି ଜବତ

ସରପଞ୍ଚ ସମେତ ୪ ମିଲିସିଆ ଗିରଫ : ପିସ୍ତଲ ଓ ଗୁଳି ଜବତ

ଦେବଗଡ: ବାରକୋଟ ଥାନାଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ମିଲିସିଆ ପରିଚୟ ଦେଇ ପିସ୍ତଲ ଦେଖାଇ ଭୟଭୀତ କରାଇ ଏକ ଲକ୍ଷ ଟଙ୍କା ଦାବି କରୁଥିବା ୪ ମିଲିସିଆ (ପିଏଲଏଫଆଇ ) ସଦସ୍ୟଙ୍କୁ ଆଜି ବାରକୋଟ ଥାନା ପୁଲିସ ଗିରଫ କରିଛି । ସେହିପରି ସେମାନଙ୍କ ନିକଟରୁ ୯ ଏମ୍‌ଏମ୍ ପିସ୍ତଲ, ଦୁଇଟି ମାଗାଜିନ, ୯ଟି ୯ଏମ୍‌ଏମ୍ ଗୁଳି ଓ ମୋବାଇଲ ଫୋନ୍ ଜବତ ହୋଇଛି । ଏନେଇ ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି ।

ବାରକୋଟ ଥାନାଞ୍ଚଳର ଜଣେ ବ୍ୟକ୍ତିଙ୍କୁ ବଣାଇ ଥାନାଞ୍ଚଳର ରାକେଶ ସାହୁ, ଅନିଲ ପାତ୍ର , ଲକ୍ଷ୍ମଣ କିସାନ ଓ ଲକ୍ଷ୍ମଣ ମହନ୍ତ ନିଜକୁ ମିଲିସିଆ ପରିଚୟ ଦେଇ ଭୟଭୀତ କରି ଏକ ଲକ୍ଷ ଟଙ୍କା ଦାବି କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଦଶହଜାର ଟଙ୍କା ନେଇଥିଲେ । ଏ ନେଇ ଅଭିଯୋଗ କାରି ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାରକୋଟ ଥାନା ପୁଲିସ ଦୁଇଟି ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏଥିସହ ଅଭିଯୁକ୍ତ ମାନଙ୍କୁ ଠାବକରି ସେମାନଙ୍କ ନିକଟରୁ ପିସ୍ତଲ, ମାଗାଜିନ, ଗୁଳି ଓ ମୋବାଇଲ ଫୋନ୍ ଜବତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମଧ୍ୟରୁ ଲକ୍ଷ୍ମଣ କିସାନ ବାରକୋଟ ବ୍ଲକ୍ ଝରାକଂଢଳ ପଞ୍ଚାୟତ ସରପଞ୍ଚ ଥିବା ଜଣାପଡିଛି । ଆଜି ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ବୋଲି ଏସ୍‌ପି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking